• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପୁଣି ଖୋର୍ଦ୍ଧା ସହରରୁ ଜବତ ହେଲା ବ୍ରାଉନ ସୁଗର ।

  • ୧ କେଜି ୩୨୦ ଗ୍ରାମ ବ୍ରାଉନସୁଗାର ଜବତ ।

ଭୁବନେଶ୍ୱର: ପୁଣି ଖୋର୍ଦ୍ଧା ସହରରୁ ଜବତ ହେଲା ବ୍ରାଉନ ସୁଗର । ଗତକାଲି ୧ କେଜି ୩୨୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଖୋର୍ଦ୍ଧା ବସ୍ ଷ୍ଟାଣ୍ଡରେ ବ୍ରାଉନସୁଗର ବିକ୍ରି ପାଇଁ ପ୍ରସ୍ତୁତ ହେଉଥିବା ନେଇ ଖବର ପାଇବା ପରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଚଢ଼ଉ କରିଥିଲା । ଚଢଉ ବେଳେ ୧ କେଜି ୩୨୦ ଗ୍ରାମ ବ୍ରାଉନସୁଗାର ଜବତ ସହ ୩ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍ ।

ଗିରଫ ବ୍ୟକ୍ତିମାନେ ହେଲେ କଟକ କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳର ଅଫତାବ୍, ଭଦ୍ରକ ପୁରୁଣା ବଜାର ଛଖଣ୍ଡି ଅଞ୍ଚଳର ସେକ୍ କମରୁଦ୍ଦିନ ଓ ଖୋର୍ଦ୍ଧା ଜିଲ୍ଲା ଗଡ଼ ଖୋର୍ଦ୍ଧାର ସୌରଭ ପଟ୍ଟନାୟକ । ଏମାନଙ୍କ ପାଖରୁ ଅନ୍ୟ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି ।

ଖାଲି ଖୋର୍ଦ୍ଧା ନୁହେଁ ଭୁବନେଶ୍ୱର ସହୀଦନଗର ଶାନ୍ତିପଲ୍ଲୀ ବସ୍ତିରୁ ମଧ୍ୟ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ୪ ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ସେମାନଙ୍କ ପାଖରୁ ନଗଦ ୫୧ ହଜାର ଟଙ୍କା ଓ ମୋବାଇଲ୍ ଜବତ କରିଛି ପୋଲିସ ।

ସେପଟେ ସାଲିଆ ସାହିରେ ନୟାପଲ୍ଲୀ ଥାନା ପୋଲିସ ଓ ଭୁବନେଶ୍ୱର ଅବକାରୀ ଟିମ୍ ମିଳିତ ଚଢ଼ଉ କରିଛି । ଚଢ଼ଉ ବେଳେ ୫୦୦ ଲିଟର ଦେଶୀ ମଦ ଜବତ ସହ ୬୦୦୦ ଲିଟର ହାଣ୍ଡିଆ ପୋଚ ନଷ୍ଟ କରାଯାଇଛି । କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ୮ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଗିରଫମାନଙ୍କ ମଧ୍ୟରେ ୬ ଜଣ ମହିଳା ଓ ୨ ଜଣ ପୁରୁଷ ଅଛନ୍ତି ।