• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ମାମଲା

  • ସଂପୃକ୍ତ ୩ ଜଣଙ୍କୁ ଗିରଫ କଲା ଟାଉନ ଥାନା ପୋଲିସ୍

  • ୩ ଜଣଙ୍କୁ ଗିରଫ ନେଇ କେନ୍ଦୁଝର ପୋଲିସ୍ ପକ୍ଷରୁ ସୂଚନା

କେନ୍ଦୁଝର : କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ମାମଲାରେ ୩ ଜଣ ଗିରଫ। ମାମଲାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି ଟାଉନ୍ ଥାନା ପୋଲିସ୍ । ୩ ଜଣଙ୍କୁ ଗିରଫ ନେଇ କେନ୍ଦୁଝର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଅଭିଯୁକ୍ତ କିଏ ? କାହିଁକି ଏମାନେ ବୋମାମାଡ଼ କରିଥିଲେ ସେ ସମ୍ପର୍କରେ ସୂଚନା ମିଳିପାରିନି ।

ଗତ ୧୦ ତାରିଖରେ ବିଧାୟକ ମୋହନ ମାଝୀ ଭାରତୀୟ ମଜଦୁର ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅତିଥି ଭାବେ ଯୋଗ ଦେଇଥିଲେ । ସେଠାରୁ ଫେରୁଥିବା ବେଳେ କେନ୍ଦୁଝର ମଣ୍ଡୁଆ ନିକଟ ଅରଡେଇ ବ୍ରିଜ୍ ନିକଟରେ ଦିନ ପ୍ରାୟ ୧୨ଟା ପାଖାପାଖି ଏକ ହୋଣ୍ଡା ସାଇନ୍ ଗାଡ଼ିରେ ଆସିଥିବା ଦୁଇ ଜଣ ଦୁର୍ବୃତ୍ତ ମୁଖ୍ୟ ରାସ୍ତାରେ ତାଙ୍କ ଗାଡ଼ି ଉପରକୁ ବୋମା ଫୋପାଡ଼ି ଥିଲେ । 

ବୋମାମାଡ଼ କରିଥିବା ଦୁଇ ଦୁର୍ବୃତ୍ତଙ୍କୁ ଧରିବାକୁ ବିଧାୟକଙ୍କ ପିଏସ୍‌ଓ ଗାଡ଼ିରୁ ଓହ୍ଲାଇ ପିଛା କରିଥିଲେ। ତେବେ ସେମାନେ ବାଇକ୍‌ରେ ବସି ପଳାଇଥିଲେ । ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଧାୟକ ବର୍ତ୍ତିଯାଇଥିଲେ । ଓଏମସି ଖଣିରେ ଲୋଡିଙ୍ଗ ଓ ସ୍ଥାନୀୟ ଲୋକଙ୍କୁ ସମର୍ଥନ କରିବାରୁ ତାଙ୍କ ଉପରେ ବୋମାମାଡ ହୋଇ ଥାଇପାରେ ବୋଲି ଆଶଙ୍କା କରିଥିଲେ ବିଧାୟକ ।

ଘଟଣାକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇଥିଲା । ପଶ୍ଚିମାଞ୍ଚଳ ଡିଆଇଜି ଗତକାଲି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଘଟଣାସ୍ଥଳ ପରିଦର୍ଶନ ସହ ବରିଷ୍ଠ ଅଧିକାରୀ ମାନଙ୍କ ସହ ତଦନ୍ତର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ତଦନ୍ତର ଦିଗ ଠିକ ଦିଗରେ ଯାଉଥିବା କହିବା ସହ ଅତିଶୀଘ୍ର ଅପରାଧୀ ଧରା ପଡିବେ ବୋଲି କହିଥିଲେ ।