• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱର: ଭୁବନେଶ୍ୱର ଡବଲ ମର୍ଡର ଘଟଣାର ବଡ଼ ଖୁଲାସା । ହତ୍ୟା ପଛରେ ଆର୍ଥିକ ସମସ୍ୟା ଆଉ ଋଣ ବୋଝ । ପରିବାରରେ ଆର୍ଥିକ ସମସ୍ୟା ଥିବାରୁ ନିଜ ସ୍ତ୍ରୀ ଓ ପୁଅକୁ ହତ୍ୟା କଲା ସ୍ୱାମୀ । ଏନେଇ ଭୁବେନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ପୁରା ପରିବାର ଋଣ ବୋଝ ତଳେ ଚାପି ହୋଇ ରହିଥିଲା । ଯାହାଫଳରେ ସବୁବେଳେ ଆର୍ଥିକି ସ୍ଥିତିକୁ ନେଇ ମାନସିକ ଚାପରେ ରହୁଥିଲା ଅଭିଯୁକ୍ତ । ଆଉ ଏହି ଆର୍ଥିକ ସମସ୍ୟାରୁ ମୁକିଳି ପାରୁନଥିଲା । ତେଣୁ ନିଜ ସ୍ତ୍ରୀ ଓ ପୁଅକୁ ହତ୍ୟା କରିବା ପାଇଁ ମନସ୍ଥ କରିଥିଲା ଅଭିଯୁକ୍ତ । ଭୁବନେଶ୍ୱର କଳିଙ୍ଗ ନଗରରେ ମଙ୍ଗଳବାର ହୋଇଥିବା ଡବଲ ମର୍ଡର ଘଟଣାର ଏଭଳି ଖୁଲାସା କରିଛନ୍ତି ଡିସିପି ।

 

ଡିସିପି ଆହୁରି କହିଛନ୍ତି, ଉଧାର ଟଙ୍କା ପରିଶୋଧ ପାଇଁ ମଙ୍ଗଳବାର କିଛି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲା ଅଭିଯୁକ୍ତ । ହେଲେ ଟଙ୍କା ସୁଝିବା ପାଇଁ ତା ପଖରେ ଯଥେଷ୍ଟ ଅର୍ଥ ନଥିଲା । ତେଣୁ ଏହି ଋଣ ବୋଝରୁ ମୁକ୍ତି ପାଇବା ପାଇଁ ନିଜ ପରିବାର ଲୋକଙ୍କୁ ହିଁ ହତ୍ୟା କରିବା ପାଇଁ ଯୋଜନା କରିଥିଲା । ପୂର୍ବରୁ କରିଥିବା ଯୋଜନା ଅନୁଯାୟୀ ପ୍ରଥମେ ନିଜ ସ୍ତ୍ରୀ ଓ ପୁଅର ଖାଦ୍ୟରେ ନିଦ ଔଷଧ ମିଶାଇଥିଲା । ଆଉ ତାପରେ ସେମାନେ ନିଘ୍ଡ଼ ନିଦରେ ଶୋଇପଡ଼ିଥିଲେ । ରାତି ପ୍ରାୟ ୩ଟା ବେଳେ ଅଭିଯୁକ୍ତ ସେମାନଙ୍କର ହତ୍ୟା କାରିଥିଲା । ସେମାନଙ୍କ ବେକରେ ଓଢ଼ଣୀ ଫଶାଇ ଚିପି ଦେଇଥିଲେ । ପ୍ରଥମେ ସ୍ତ୍ରୀକୁ ହତ୍ୟା କରିଥିଲା ଆଉ ତାପରେ ପୁଅର ଜୀବନ ନେଇଥିଲା ।

ସ୍ତ୍ରୀ ଓ ପୁଅର ହତ୍ୟା ପରେ ସେ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା । ହେଲେ ଆତ୍ମହତ୍ୟା ପାଇଁ ସାହାସ ଜୁଟାଇ ପାରିନଥିଲା । ହତ୍ୟା ଘଟଣା ଦିନ ପ୍ରାୟ ସକାଳ ୧୦ଟା ଯାଏଁ ସେ ସେହି ଘରେ ହିଁ ରହିଥିଲା । ହେଲେ ପରେ କଣ କରିବ କିଛି ବୁଝି ପାରିନଥିଲା । ଆଉ ସେଠାରୁ ଫେରାର ହୋଇଯିବା ପାଇଁ ଯୋଜନା କରିଥିଲା । ଶେଷରେ ଛାତପଟେ ଥିବା ରାସ୍ତା ଦେଇ ସେ ଘରୁ ଚମ୍ପଟ ମାରିଥିଲା । ହେଲେ ଏବେ ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ଘଟଣାର ଅହୁରି ଅଧିକ ତଦନ୍ତ ଚାଲିଛି ବୋଲି ଡିସିପି କହିଛନ୍ତି । 

ତେବେ ଦିନକୁ ଦିନ ବିଗୁଡୁଛି ରାଜଧାନୀର ଆଇନଶୃଙ୍ଖଳା ବ୍ୟବସ୍ଥା । ରାଜଧାନୀ ଉପକଣ୍ଠ କଳିଙ୍ଗନଗରର ଏହି ଡବଲ ମର୍ଡର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ତମାଣ୍ଡୋ ଥାନା ଅଧିନ କଳିଙ୍ଗ ନଗର କେ. ଫୋର୍ ଅଞ୍ଚଳରେ  ମଙ୍ଗଳବାର ଏହି ଘଟଣା ଘଟିଥିଲା । ଏକ ଘର ଭିତରୁ ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ମହିଳାଙ୍କ ନାଁ ସ୍ୱର୍ଣ୍ଣଲତା ମଙ୍ଗରାଜ । ସ୍ୱର୍ଣ୍ଣଲତାଙ୍କ ପୁଅକୁ ମାତ୍ର ୯ ବର୍ଷ ହୋଇଥିଲା । ହତ୍ୟା କରିଥିବା ମହିଳାଙ୍କ ସ୍ୱାମୀ ହେଉଛି ଅବନ୍ତୀ ମଙ୍ଗରାଜ ।