• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା

  • ସୌମ୍ୟଙ୍କ ପରିବାର ପକ୍ଷରୁ ଓକିଲ ପାର୍ଥସାରଥୀଦ ନାୟକଙ୍କ ପ୍ରତିକ୍ରିୟା

  • ବିଦ୍ୟାଭାରତୀଙ୍କୁ ତୁରନ୍ତ ଗିରଫ କରାଯାଉ

  • ଗିରଫ ପରେ ରିମାଣ୍ଡରେ ଆଣି ପୋଲିସ ପଚରାଉଚରା କରୁ

ପାରଳାଖେମୁଣ୍ଡି : ସୌମ୍ୟଙ୍କୁ ଘୃଣା କରୁଥିଲେ ବିଦ୍ୟାଭାରତୀ ? ବିଦ୍ୟାଭାରତୀ ଲେଖିଥିବା ଚିଠିରେ ସ୍ପଷ୍ଟ ହେଉଛି ସୌମ୍ୟ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା । ଘଟଣାଦିନ ଖାନତଲାସି ବେଳେ ପୋଲିସ ଏକ ପାଉଁଜି ପାଇଥିଲା, ଯାହା ତନିସ୍କରୁ ୯ ତାରିଖରେ କିଣାଯାଇଥିଲା । ଆଉ ଏଥିରୁ ସ୍ପଷ୍ଟ ହେଉଛି ଉଭୟଙ୍କ ମଧ୍ୟରେ କିଛି ବିବାଦ ସୃଷ୍ଟି ହୋଇଥିଲା । ଆଉ ଯାହାକୁ ସମାଧାନ କରିବାକୁ ସୌମ୍ୟ ନିଜ ପକ୍ଷରୁ ପାରୁପର୍ଯ୍ୟନ୍ତ ଚେଷ୍ଟା ମଧ୍ୟ କରିଛନ୍ତି ବୋଲି କହିଛନ୍ତି ସୌମ୍ୟଙ୍କ ପରିବାର ପକ୍ଷରୁ ନିୟୋଜିତ ହୋଇଥିବା ଓକିଲ ।

ଅନ୍ୟପଟେ ଯେଉଁ ଏଗ୍ରିମେଣ୍ଟ୍ ପେପର ସିଜ ହୋଇଛି, ତାହା ବି ନୂଆ ଖିଅ ସାମ୍ନାକୁ ଆଣୁଛି । ସୌମ୍ୟ ରଞ୍ଜନ ନିଜର ସମସ୍ତ ସମ୍ପତି ବିଦ୍ୟାଙ୍କୁ ଦେଇଦେବାକୁ ଚାହୁଁଛନ୍ତି । ଏଥିରେ ମଧ୍ୟ ସୌମ୍ୟ ଝଗଡ଼ା ସମାଧାନ କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ୁଛି । କୌଣସି ପ୍ରକାରେ ମଧ୍ୟ ସେ ସମସ୍ୟାର ସମାଧାନ କରିବାକୁ ଚାହୁଁଥିଲେ । ବିଦ୍ୟାଭାରତୀଙ୍କ ବୟାନରେ ତାଳମେଳ ରହୁନି । ଘଟଣା ସମୟରେ ଉପସ୍ଥିତ ଥିଲେ ସୁଦ୍ଧା, ଘର ଭିତରେ କିପରି ସୌମ୍ୟ ପୋଡ଼ିହେଲେ ସେ କହିପାରୁ ନାହାନ୍ତି ।

ଧାରା ୪୧ ଅନୁସାରେ କୌଣସି ଲୋକ ବିରୁଦ୍ଧରେ ଧର୍ତ୍ତବ୍ୟ ଅପରାଧ ମାମାଲା ରୁଜୁ ହୋଇଥିଲେ କିମ୍ବା ସନ୍ଦେହ ଘେରରେ ଥିଲେ ପୋଲିସ ତାଙ୍କୁ ଗିରଫ କରିପାରିବ ପୋଲିସ । ତେଣୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଦ୍ୟାଭାରତୀଙ୍କୁ ତୁରନ୍ତ ଗିରଫ କରାଯାଉ । ଗିରଫ ପରେ ରିମାଣ୍ଡରେ ଆଣି ପୋଲିସ ତାଙ୍କୁ ପଚରାଉଚରା କରିପାରିବ । ପଚରାଉଚରା କଲେ ସୌମ୍ୟଙ୍କ ହତ୍ୟା ମାମଲାରେ ଡିଏଫଓଙ୍କ ସଂପୃକ୍ତି ସମ୍ପର୍କରେ ଜଣାପଡ଼ିଯିବ । ବିଦ୍ୟାଭାରତୀଙ୍କୁ ଗିରଫ କରିବା ପାଇଁ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ । ବିଦ୍ୟାଭାରତୀ ଗିରଫ ହେଲେ ସବୁ କଥା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

ସେପଟେ ଏହି ହତ୍ୟା ମାମଲାରେ ପୂର୍ବରୁ ଦୁଇ ଦୁଇଟି ହାତଲେଖା ଚିଠି ସାମ୍ନାକୁ ଆସିଥିବା ବେଳେ ଏବେ ଆଉ ଏକ ହାତ ଲେଖା ଚିଠି ସାମ୍ନାକୁ ଆସିଛି। ପୂର୍ବରୁ ସାମ୍ନାକୁ ଆସିଥିବା ୨ଟି ଚିଠି ମଧ୍ୟରୁ ଗୋଟିଏ ସୌମ୍ୟଙ୍କ ଡାଏରୀର ବୋଲି କୁହାଯାଉଥିବା ବେଳେ ଅନ୍ୟ ଏକ ଲେଖା ନିଜେ ବିଦ୍ୟାଭାରତୀ ଅର୍ଥାତ୍‌ ସୌମ୍ୟଙ୍କ ପତ୍ନୀ ଲେଖିଥିବା କହୁଛନ୍ତି । ଏସବୁ ଭିତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ହାତ ଲେଖା ଚିଠି ସାମ୍ନାକୁ ଆସିଛି। ଏହି ଚିଠିଟି ବିଦ୍ୟାଭାରତୀଙ୍କ ହାତ ଲେଖା ହୋଇଥିବା ଅନୁମାନ କରଯାଉଛି । ଚିଠିରେ ପ୍ରଚୁର ଘୃଣା ସହ ସେ ଡିଭୋର୍ସ ଚାହୁଁଥିବା ଲେଖା ଯାଇଛି ।

ଏବେ ସାମ୍ନାକୁ ଆସିଥିବା ଚିଠିରେ ଲେଖା ଯାଇଛି- ‘ହେ ଭଗବାନ, କିଛି ବି କରି ଡିଭୋର୍ସ କରେଇ ଦିଅ। ପ୍ରଭୁ ବାବା ସାଇ ତୁମ ପାଖରେ ଋଣୀ ରହିଯିବି। ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇକି ରହିବି। କିନ୍ତୁ ପ୍ଲିଜ୍‌ କିଛି ବି କରି ଡିଭୋର୍ସ କରିଦିଅ। ଭଗବାନ, ମୋ ଦୁଶ୍‌ମନକୁ ଏମିତି ଲୋକ ଗୁଟେ ନ ଦିଅନ୍ତୁ। ଏତେ ଦୁଃଖରେ କହିଲି, ତଥାପି ମୋ ଆଖି ଲୁହ ଦେଖା ଗଲାନି। ଏମିତିଆ ମଣିଷ ମୋ ଜୀବନରେ ଦେଖିନି’ ବୋଲି ଚିଠିରେ ଲେଖାଯାଇଛି।