• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଉତ୍ତରପ୍ରଦେଶରେ ତୀବ୍ର ବେଗରେ ଚାଲିଛି ଟିକାକରଣ

  • ଦୈନିକ ଟିକାକରଣ କ୍ଷେତ୍ରରେ ପଛରେ ପଡ଼ିଛି ଦିଲ୍ଲୀ

ନୂଆଦିଲ୍ଲୀ : ୟୁପିରେ ଜୋରସୋରରେ ଟିକାକରଣ । ଉତ୍ତର ପ୍ରଦେଶ ଦେଶରେ କରୋନା ଭାକ୍ସିନେସନରେ ଶୀର୍ଷରେ ରହିଛି । ରାଜ୍ୟରେ ଏପର୍ଯ୍ୟନ୍ତ ୭.୦୪ କୋଟି ଟିକାକରଣ ହୋଇସାରିଛି । ତେବେ ବୟସ୍କଙ୍କ ଟିକାକରଣ କ୍ଷେତ୍ରରେ ମହାରାଷ୍ଟ୍ର ଏବଂ ଗୁଜୁରାଟରେ ସବୁଠାରୁ ଅଧିକ ହିତାଧିକାରୀ ଅଛନ୍ତି । ଏଥି ସହିତ ମହାରାଷ୍ଟ୍ର ଉଭୟ ଡୋଜ ଟିକାକରଣରେ ଆଗରେ ରହିଛି ।

ଉତ୍ତରପ୍ରଦେଶରେ କେବଳ ୧୬ ପ୍ରତିଶତ ଲୋକ ଉଭୟ ଡୋଜ୍ ଟିକା ନେଇଛନ୍ତି । ତେବେ ମହାରାଷ୍ଟ୍ରରେ ଏହି ସଂଖ୍ୟା ବହୁତ ଭଲ ରହିଛି । ଏଥି ସହିତ ଗୁଜୁରାଟରେ ଲୋକଙ୍କୁ ୪.୫୫ କୋଟି ଟିକା ଡୋଜ ଦିଆଯାଇଛି, ଯେଉଁଥିରେ ୧.୧୩ କୋଟି ଲୋକଙ୍କର ଉଭୟ ଡୋଜ ଟିକାକରଣ ହୋଇଛି । ଅନ୍ୟ କିଛି ରାଜ୍ୟରେ ମଧ୍ୟ ଏକ କୋଟିରୁ ଅଧିକ ଲୋକଙ୍କର ସମ୍ପୂର୍ଣ୍ଣ ଟିକାକରଣ କରାଯାଇଛି । ଏଥିରେ ପଶ୍ଚିମବଙ୍ଗ (୧.୧୧ କୋଟି), ରାଜସ୍ଥାନ (୧.୦୬ କୋଟି), କର୍ଣ୍ଣାଟକ (୧ କୋଟି) ସାମିଲ ଅଛନ୍ତି ।

ଅଗଷ୍ଟ ମାସରେ ୟୁପିରେ ପ୍ରତିଦିନ ହାରାହାରି ୭.୦୬ ଲକ୍ଷ ଟିକା ଡୋଜ ଟିକାକରଣ 

ଉତ୍ତରପ୍ରଦେଶରେ ତୀବ୍ର ବେଗରେ ଚାଲିଛି ଟିକାକରଣ । ତେବେ ଅଗଷ୍ଟ ମାସରେ କରୋନା ଟିକାକରଣରର ପ୍ରକ୍ରିୟା ବହୁତ ଭଲ ରହିଛି । ଅଗଷ୍ଟ ମାସରେ ରାଜ୍ୟରେ ହାରାହାରି ପ୍ରତିଦିନ ୭.୦୬ ଲକ୍ଷ ଟିକା ଡୋଜ ଦିଆଯାଇଛି । ସେହିପରି ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଗୁଜୁରାଟରେ ହାରାହାରି ପ୍ରତିଦିନ ପାଞ୍ଚ ଲକ୍ଷରୁ କମ୍ ଟିକାକରଣ ହୋଇଛି ।

ଅଗଷ୍ଟ ମାସରେ ଉତ୍ତରପ୍ରଦେଶ ୨.୨ କୋଟି ଡୋଜ ଟିକାକରଣ କରାଯାଇଛି । ଏହା ପରେ ମଧ୍ୟପ୍ରଦେଶରେ ୧.୩୩ କୋଟି ଡୋଜ ଟିକା ଦିଆଯାଇଛି । ଏହି ତାଲିବାକରେ ତୃତୀୟରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ଲୋକଙ୍କୁ ୧.୨୫ କୋଟି ଡୋଜ୍ ଟିକା ଦିଆଯାଇଛି । ସେହିପରି ଗୁଜୁରାଟରେ (୧.୨୧ କୋଟି), ବିହାରରେ (୧.୦୮) ଏବଂ କର୍ଣ୍ଣାଟକରେ (୧.୦୫ କୋଟି) ଟିକାକରଣ ହୋଇଛି ।

୧୫ ଟି ରାଜ୍ୟର ଟିକାକରଣକୁ ନେଇ ବିଶ୍ଳେଷଣ ପରେ ଜଣାପଡିଛି ଟିକାକରଣ କ୍ଷେତ୍ରରେ ଦିଲ୍ଲୀ ପଛରେ ପଡ଼ିଛି । ଅଗଷ୍ଟ ମାସରେ ରାଜ୍ୟରେ ପ୍ରତିଦିନ ୧.୦୮ ଲକ୍ଷ ଟିକା ଡୋଜ ଦିଆଯାଉଛି । ଅନ୍ୟପକ୍ଷରେ ହରିୟାଣାରେ (୧.୪୯ ଲକ୍ଷ) ଏବଂ ଓଡିଶାରେ ୧.୭୮ ଲକ୍ଷ ଡୋଜ ଟିକାକରଣ ହୋଇଛି ।

ଚଳିତ ବର୍ଷ ଜାନୁଆରୀ ୧୬ରୁ ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଥିଲା । ମେ ୨ରୁ ଦେଶର ସମସ୍ତ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହୋଇଥିଲା । ପ୍ରାରମ୍ଭିକ ମାସରେ କୋଭିସିଲ୍ଡ ଏବଂ କୋଭାକ୍ସିନ୍ ମାଧ୍ୟମରେ ଟିକାକରଣ ହୋଇଥିଲା ।