• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଛୋଟ ପିଲାଙ୍କୁ କରୋନା ଟିକା ଦେବାକୁ ମିଳିନି ଅନୁମତି । ସ୍ପଷ୍ଟ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର । ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ ସୁପାରିସ ଘଟଣାରେ  ଭାରତୀ ପ୍ରବୀଣ ପାୱାର ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏବେ ବି ଛୋଟ ପିଲାଙ୍କୁ କରୋନା ଟିକା ଦେବା ନେଇ ପରୀକ୍ଷାନିରୀକ୍ଷା ଚାଲିଛି । ଏହାସହ ସେଥିରେ କିଛି ଦ୍ୱନ୍ଦ୍ୱ ରହିଛି । ତେଣୁ ବୈଷୟିକ କମିଟି ସହ ଏବେ ବି କଥାବାର୍ତ୍ତା ଜାରି ରହିଛି । ଯାହାଫଳରେ ପିଲାଙ୍କୁ ଟିକାଦାନ ନେଇ DCGI ପକ୍ଷରୁ ଏଯାଏଁ କୌଣସି ଅନୁମୋଦନ ମିଳିନାହିଁ । ଏଭଳି ସ୍ପଷ୍ଟ ଉତ୍ତର ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ।

ପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ, ଏଣିକି ପିଲାଙ୍କୁ କୋଭିଡ୍ ଟିକା ଦିଆଯିବ । ଜାଡସ କ୍ୟାଡିଲା ପରେ କୋଭାକ୍ସିନ୍‌କୁ ଅନୁମତି ମିଳିଛି । କିନ୍ତୁ ତାହା ଗୁଜବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନ ପରେ ସ୍ପଷ୍ଟ ହୋଇଛି ।

ତେବେ ଏହି ଟିକାକୁ ଭରତ ବାୟୋଟେକ ଏବଂ ଆଇସିଏମଆର ମିଳିତ ଭାବେ କୋଭାକ୍ସିନ ଟିକା ପ୍ରସ୍ତୁତ କରୁଛନ୍ତି । କୋଭାକ୍ସିନ ହେଉଛି ଭାରତୀୟ କରୋନା ଟିକା । କରୋନା ଭାଇରସ୍ ବିରୋଧରେ କ୍ଲିନିକାଲ୍ ପରୀକ୍ଷଣରେ କୋଭାକ୍ସିନ୍ ପ୍ରାୟ ୭୮ ପ୍ରତିଶତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଥିଲା । ପିଲାଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଗାଇଡଲାଇନ୍ ଜାରିକରିବେ । ଆଉ ତା’ପରେ ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ । ପିଲାମାନେ ମଧ୍ୟ ବୟସ୍କଙ୍କ ପରି କୋଭାକ୍ସିନର ଦୁଇଟି ଡୋଜ୍ ନେବେ ବୋଲି କୁହାଯାଉଛି । ଏପର୍ଯ୍ୟନ୍ତ ହୋଇଥିବା ପରୀକ୍ଷଣରେ କୋଭାକ୍ସିନ୍ ଟିକା ପିଲାଙ୍କ ପାଇଁ କୌଣସି କ୍ଷତି ଘଟାଇଥିବା ସୂଚନା ନାହିଁ । 

ଅନୁମତି ମିଳିବା ପରେ ଶ୍ୱାସ ରୋଗରେ ପୀଡ଼ିତ ପିଲାଙ୍କୁ ପ୍ରଥମେ ଟିକା ଦିଆଯିବ ବୋଲି କୁହାଯାଇଛି । ସରକାରୀ ଟିକାକରଣ କେନ୍ଦ୍ରରେ ଏହି ଟିକା ମାଗଣାରେ ପ୍ରଦାନ କରାଯିବ । ପିଲାମାନଙ୍କ ପାଇଁ କୋଭାକ୍ସିନ୍ ଟିକାକୁ ସ୍ୱୀକୃତି ମିଳିବା ଆଶ୍ୱସ୍ତିର ଖବର । କାରଣ କରୋନାର ସମ୍ଭାବ୍ୟ ତୃତୀୟ ଲହରୀରେ ପିଲାମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । କିନ୍ତୁ ପିଲାମାନେ ସଠିକ୍ ସମୟରେ କରୋନା ଟିକା ନେଲେ ସଂକ୍ରମଣ କମିଯାଇପାରେ ବୋଲି ଆକଳନ କରାଯାଉଛି ।