• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କୋଭିଡରେ ମୃତ୍ୟୁ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୫୦ ହଜାର ଟଙ୍କା ।

  • ସବୁ ରାଜ୍ୟର ସରକାର ଏହି ସହଯୋଗ କରିବେ ।

  • ଆଗକୁ ମଧ୍ୟ ଯାହାର ମୃତ୍ୟୁ ହେବ କରୋନାରେ, ତାଙ୍କ ପରିବାରକୁ ଏହି ସହାୟତା ମିଳିବ ।

ନୂଆଦିଲ୍ଲୀ: କୋଭିଡରେ ମୃତ୍ୟୁ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସାହାଯ୍ୟ କରାଯିବ । ସବୁ ରାଜ୍ୟର ସରକାର ଏହି ସହଯୋଗ କରିବେ । ଆଗକୁ ମଧ୍ୟ ଯାହାର ମୃତ୍ୟୁ ହେବ କରୋନାରେ, ତାଙ୍କ ପରିବାରକୁ ଏହି ସହାୟତା ମିଳିବ । ଏଭଳି ଏକ ସତ୍ୟପାଠ ଦାଖଲ କରି ସୁପ୍ରିମକୋର୍ଟକୁ ଏହା ଅବଗତ କରିଛନ୍ତି କେନ୍ଦ୍ର ସରକାର ।

ଦରକାରୀ କାଗଜପତ୍ର ଦାଖଲ କରିବାର ୩୦ ଦିନ ଭିତରେ ଏହି ୫୦ ହଜାର ଟଙ୍କା ମିଳିବ ବୋଲି କେନ୍ଦ୍ର ସରକାର କହିଛନ୍ତି । ଜିଲ୍ଲା ପ୍ରଶାସନ ଜରିଆରେ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଏହି ସହାୟତା ଦିଆଯିବ । ସାରା ଦେଶରେ ୪ ଲକ୍ଷ ୪୫ ହଜାରରୁ ଅଧିକ ଜୀବନ ନେଇଛି ମହାମାରୀ କୋଭିଡ । କରୋନାରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ, କେତେ ଟଙ୍କା ଦିଆଯିବ ଓ ଏହାର ଗାଇଡ୍‌ଲାଇନ୍ ପ୍ରସ୍ତୁତ କରିବାକୁ ଗତ ଜୁନ୍‌ରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । କୋଭିଡ୍ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାଲାଗି ଆବେଦନ ହୋଇଥିଲା ।

କେନ୍ଦ୍ର ସରକାର କ୍ଷତିପୂରଣ ପ୍ରସଙ୍ଗରେ କହିଥିଲେ ଯେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେଇ‌େହବ ନାହିଁ । କାରଣ ଏଭଳି କ୍ଷତିପୂରଣ ପ୍ରଦାନ କରାଗଲେ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଖାଲି ହୋଇଯିବ । ରାଜ୍ୟମାନେ ଅନ୍ୟ ବିପର୍ଯ୍ୟୟର ମୁକାବିଲା କରିପାରିବେ ନାହିଁ । ତେବେ ସୁପ୍ରିମକୋର୍ଟ କହିଥିଲେ ଯେ ଏନ୍‌ଡିଏମ୍‌ଏର ଧାରା ୧୨ରେ ବିପର୍ଯ୍ୟୟ ମୃତ୍ୟୁରେ କ୍ଷତିପୂରଣ ଦେବାକୁ ବ୍ୟବସ୍ଥା ରହିଛି । ଏହାକୁ ପୂରଣ କରିବା ହେଉଛି ସରକାରଙ୍କ ଦାୟିତ୍ୱ । ତେବେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ଷତିପୂରଣ ସମ୍ପର୍କରେ ସୁପ୍ରିମକୋର୍ଟକୁ ଅବଗତ କରାଯାଇଛି ।