• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ରାଜ୍ୟରେ ୫୮୫ ପଜିଟିଭ ଚିହ୍ନଟ; ୫ ମୃତ

  • ରାଜ୍ୟରେ ୨୪ ଘଣ୍ଟାରେ ୫୮୫ ସଂକ୍ରମିତ ଚିହ୍ନଟ; ୫ ମୃତ

  • ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୬ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ ତଳମୁହାଁ । ଗତ୨୪ ଘଣ୍ଟାରେ ୫୮୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣ ପ୍ରାଣ ହରାଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୬ ଆକ୍ରାନ୍ତ ଅଛନ୍ତି । ସେହିପରି କ୍ୱାରେଣ୍ଟିନରୁ ୩୪୨ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୪୩ ଜଣ । ସବୁଦିନ ପରି ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ବାହାରିଛନ୍ତି । ଜିଲ୍ଲାରୁ ୨୦୬ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତ ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୪ ହଜାର ୩୨୦କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଆଜି ଖୋର୍ଦ୍ଧାରୁ ୨, ପୁରୀ, କୋରାପୁଟ ଓ କେନ୍ଦୁଝରରରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୮,୧୭୫କୁ ବୃଦ୍ଧି ପାଇଛି ।

୫୮୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୩ଜଣ, ବାଲେଶ୍ୱରରୁ ୩୮ଜଣ, ବରଗଡ଼ରୁ ୨ଜଣ, ଭଦ୍ରକରୁ ୭ଜଣ, ବଲାଙ୍ଗୀରରୁ ୬ଜଣ, କଟକରୁ ୬୭ଜଣ, ଦେବଗଡ଼ରୁ ୩ଜଣ, ଢେଙ୍କାନାଳରୁ ୫ଜଣ, ଗଞ୍ଜାମରୁ ୬ଜଣ, ଜଗତସିଂହପୁରରୁ ୨୬ଜଣ, ଯାଜପୁରରୁ ୩୬ଜଣ, ଝାରସୁଗୁଡ଼ାରୁ ୭ଜଣ, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ୨ଜଣ, କେନ୍ଦ୍ରାପଡ଼ାରୁ ୧୨ଜଣ, କେନ୍ଦୁଝରରୁ ୭ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୨୦୬ଜଣ, କୋରାପୁଟରୁ ୪ଜଣ, ମାଲକାନଗିରିରୁ ୩ଜଣ, ମୟୁରଭଞ୍ଜରୁ ୨୫ଜଣ, ନୟାଗଡ଼ରୁ ୪ଜଣ, ନୂଆପଡ଼ାରୁ ଜଣେ, ପୁରୀରୁ ୨୨ଜଣ, ରାୟଗଡ଼ରୁ ୨ଜଣ, ସମ୍ବଲପୁରରୁ ୧୯ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୧୩ଜଣ ଓ ଷ୍ଟେଟପୁଲରୁ ୪୭ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୯୭୨୬୫୦୭ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି । ମୋଟ୍  ୧୦୨୪୩୨୦ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫୯୦୯ ଆକ୍ଟିଭ୍ କେସ୍ ଥିବାବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୦୧୦୧୮୩ ଜଣ । ସେହିପରି ଗତକାଲି କରୋନାରୁ ସୁସ୍ଥ ହୋଇଛନ୍ତି ୬୯୧ ଜଣ ।