• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଇଏସ୍ଆଇସି ହିତାଧିକାରୀଙ୍କ ପାଇଁ ଆଶ୍ୱସ୍ତିକର ଖବର ।

    ମହାମାରୀ କରୋନାରେ କୌଣସି ଇଏସ୍ଆଇ ହିତାଧିକାରୀଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ପେନ୍‌ସନ୍‌ ।

    ହାରାହାରି ଦରମାର ୯୦ ପ୍ରତିଶତ ପେନ୍‌ସନ୍‌ ।

ନୂଆଦିଲ୍ଲୀ: ଇଏସ୍ଆଇସି ହିତାଧିକାରୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଯଦି ମହାମାରୀ କରୋନାରେ କୌଣସି ଇଏସ୍ଆଇ ହିତାଧିକାରୀଙ୍କ ମୃତ୍ୟୁ ହୁଏ, ତେବେ ମୃତକଙ୍କ ପରିବାର ଲୋକଙ୍କୁ ପ୍ରତି ମାସରେ ତାଙ୍କ ହାରାହାରି ଦରମାର ୯୦ ପ୍ରତିଶତ ପେନ୍‌ସନ୍‌ ଯୋଗାଇଦିଆଯିବ । ହିତାଧିକାରୀଙ୍କ ମୃତ୍ୟୁ ପରେ ପତ୍ନୀ ଏକମାତ୍ର ଡିପେଣ୍ଡେଣ୍ଟ ଥିଲେ, ସେ ପୁନଃବିବାହ କିମ୍ବା ମୃତ୍ୟୁ ପର୍ଯ୍ୟନ୍ତ ପେନ୍‌ସନ୍‌ ପାଇବାକୁ ଯୋଗ୍ୟ ହେବେ ।

ହିତାଧିକାରୀଙ୍କ ପରିବାର ଲୋକେ କୋଭିଡ୍ ପଜିଟିଭ୍ ରିପୋର୍ଟ ଓ ମୃତ୍ୟୁ ପ୍ରମାଣ ପତ୍ର ସହ କ୍ଲେମ୍ ଫର୍ମ ପୂରଣ କରି ଏହି ପେନ୍ସନ୍ ପାଇଁ ଆବେଦନ କରିପାରିବେ । ୨୦୨୦ ମାର୍ଚ୍ଚ ୨୪ରୁ ପିଛିଲା ଭାବେ ଲାଗୁ ହୋଇଥିବା ଏହି ସ୍କିମ୍‌କୁ ସରକାର ୨ ବର୍ଷ ପାଇଁ କାର୍ଯ୍ୟକାରୀ କରିଛନ୍ତି । ଏହାସହ ମୃତ କର୍ମଚାରୀଙ୍କ ପତ୍ନୀ ବାର୍ଷିକ ୧୨୦ ଟଙ୍କା ପେମେଣ୍ଟ କରି ଇଏସ୍ଆଇ ମେଡିକାଲ ସେବାର ଫାଇଦା ମଧ୍ୟ ଉଠାଇପାରିବେ ବୋଲି ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ପାର୍ଥ ସାରଥୀ ପଣ୍ଡା କହିଛନ୍ତି ।