• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ପିଲାଙ୍କ ପାଇଁ କୋଟିଏ ଡୋଜ୍ ଜାଇଡସ୍ କ୍ୟାଡିଲା କରୋନା ଟିକା କିଣିବ ସ୍ୱାସ୍ଥ୍ୟ ବିଭାଗ । ଏଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କମ୍ପାନୀକୁ ଅର୍ଡର ଦିଆଯାଇଛି । ଦେଶରେ ୧୨ରୁ ଉର୍ଦ୍ଧ ବୟସ ବର୍ଗର ପିଲାମାନଙ୍କୁ ଏହି ଟିକା ଦିଆଯିବ । ତିନିଟି ଡୋଜରେ ଏହି ଟିକା ମିଳିବାକୁ ଥିବା ବେଳେ ପ୍ରତି ଟିକା ମଧ୍ୟରେ ୨୮ ଦିନର ବ୍ୟବଧାନ ରହିବ ।

ବିଶ୍ୱର ପ୍ରଥମ ଡିଏନଏ ଭିତ୍ତିକ ଏହି ଟିକା ସମ୍ପୂର୍ଣ୍ଣ ଯନ୍ତ୍ରଣାମୁକ୍ତ ହୋଇଥିବା ବେଳେ ଏହାକୁ ବାହୁରେ ନିଆଯିବ । ଏଥିପାଇଁ ସିରିଞ୍ଜ ବଦଳରେ ଫାର୍ମା ଜେଟ୍ ଆପ୍ଲିକେଟର ଆବଶ୍ୟକତା ପଡ଼ିବ । ପ୍ରତି ଆପ୍ଲିକେଟରର ଦାମ୍ ରହିଛି ୯୩ ଟଙ୍କା । ତେଣୁ ଟିକା ଓ ଆପ୍ଲିକେଟରକୁ ମିଶାଇ ମୋଟ ୩୫୮ ଟଙ୍କା ପଡ଼ିବ ।

ଡୋଜ୍ ପିଛା ୨୬୫ ଟଙ୍କା ହିସାବରେ ୩ଟି ଡୋଜ୍‌କୁ ଟ୍ୟାକ୍ସ ସହିତ ମିଶାଇଲେ ପଡ଼ିବ ପ୍ରାୟ ୧୧ଶହ ଟଙ୍କା । ୧୨ରୁ ଉର୍ଦ୍ଧ୍ୱ ବୟସ ବର୍ଗରେ ପ୍ରଥମ ଥର ପାଇଁ ଭାରତରେ ଉପଲବ୍ଧ ହେବାକୁ ଯାଉଛି ଏହି ସ୍ୱଦେଶୀ ଟିକା । ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ଗତ ଅଗଷ୍ଟରେ ଦେଶର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ସଂସ୍ଥା ଡିସିଜିଆଇ ପକ୍ଷରୁ ଅନୁମତି ମିଳିଥିଲା । ଦେଶରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ ବର୍ଗଙ୍କ ପାଇଁ ଏକାଧିକ ଟିକା ବାହରି ଥିବା ବେଳେ ୧୨ରୁ ୧୮ ବୟସ ବର୍ଗରେ ଏହି ଟିକା ଏବେ ବରଦାନ ସଦୃଶ ହେବାକୁ ଯାଉଛି ।