• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଅନେକ ହିଡେନ୍ କେସ ରହୁଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ 

  • ୩ ମାସ ଇନଟିଗ୍ରେଟେଡ଼ ସର୍ଭିଲାନ୍ସ କରାଯିବ

  • ଅଗଷ୍ଟ ୨୪ ପରେ ସର୍ଭିଲାନ୍ସ ଜୋରସୋରରେ ଚାଲିବ

  • ହିଡେନ୍ କେସ ସାମ୍ନାକୁ ଆଣିବାକୁ ଯୋଜନା

  • ଫୋକସରେ କଟକ, ଭୁବନେଶ୍ୱର, ବାଲେଶ୍ୱର ଓ ବାରିପଦା

ଭୁବନେଶ୍ୱର : କରୋନା ଲକ୍ଷଣ ଥିଲେ ବି ଟେଷ୍ଟ କରିବାକୁ ଆସୁନାହାନ୍ତି ଲୋକେ । ତେଣୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ହୋଇପାରୁନାହିଁ । ଅନେକ ହିଡେନ୍ କେସ ରହୁଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୩ ମାସ ଇନଟିଗ୍ରେଟେଡ଼ ସର୍ଭିଲାନ୍ସ କରାଯିବ । ଅଗଷ୍ଟ ପର୍ଯ୍ୟନ୍ତ ସର୍ଭିଲାନ୍ସ ଚାଲିବ । ସର୍ଭିଲାନ୍ସ କରି ହିଡେନ କେସ ଗୁଡିକୁ ବାହାର କଲେ, ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ ।  ଯଦି ତୃତୀୟ ଲହର ଆସୁଛି ତେବେ ହିଡେନ କେସ ନିଶ୍ଚିତ ରହିବ ।  ତେଣୁ ଡୋର ଟୁ ଡୋର ସର୍ଭିଲାନ୍ସ ଏକ ଅମୋଘ ଅସ୍ତ୍ର ବୋଲ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।  ଅଗଷ୍ଟ ୨୪ ପରେ ମଧ୍ୟ ସର୍ଭିଲାନ୍ସ ଜୋରସୋରରେ ଚାଲିବ  । ସବୁ ଘରେ ପହଞ୍ଚିବାକୁ ପ୍ରାଧାନ୍ୟ ଦିଆଯାଉଛି  । ଏହାଦ୍ୱାରା ହିଡେନ୍ କେସ ସାମ୍ନାକୁ ଆସିପାରିବ । କଟକ, ଭୁବନେଶ୍ୱର, ବାଲେଶ୍ୱର ଓ ବାରିପଦା ସବୁବେଳେ ଫୋକସରେ ରହିଥିବା ସେ ସୂଚନା ଦେଇଛନ୍ତି  ।

ସେପଟେ ଭୁବନେଶ୍ୱରରେ ଗର୍ଭବତୀଙ୍କୁ କୋଭାକ୍ସିନ ଟିକା ଦେବା ପାଇଁ ନିଷ୍ପତ୍ତି ହୋଇଛି । ଜୁଲାଇ ୨୧ରୁ ଗର୍ଭବତୀଙ୍କୁ ଟିକାକରଣ ଆରମ୍ଭ କରାଯିବ । ସପ୍ତାହକୁ ଦୁଇ ଦିନ; ବୁଧବାର ଓ ଶନିବାର  ଗର୍ଭବତୀଙ୍କୁ ଟିକା ଦିଆଯିବ । ବୁଧବାର ଓ ଶନିବାର ଦିନ ୧୧ରୁ ୧ଟା ମଧ୍ୟରେ ଗର୍ଭବତୀଙ୍କୁ ଟିକା ଦିଆଯିବ । ଗର୍ଭବତୀ ପ୍ରମାଣପତ୍ର ନେଇ ପାଖ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା ନେଇପାରିବେ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି । 

ଅନ୍ୟପଟେ ଇକମୋ ଚିକିତ୍ସା ଲାଗି ବାହାର ରାଜ୍ୟକୁ ଗଲେ ଆଉ ଜଣେ ରୋଗୀ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳର ଦେବକାନ୍ତ ପ୍ରଧାନଙ୍କୁ ଆଜି ଏୟାର ଆମ୍ବଲାନ୍ସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ MGM ହସ୍ପିଟାଲ ଚେନ୍ନାଇକୁ ସ୍ଥାନାନ୍ତର କରାଯାଇଛି । ଦେବକାନ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଏୟାରପୋର୍ଟ ନେବାବେଳେ ରାସ୍ତାକୁ ଗ୍ରୀନ କରିଡର କରିଥିଲା ପୋଲିସ । ଦେବକାନ୍ତ ଗତ ଜୁନ ୧୦ରେ କୋଭିଡରେ ଆକ୍ରାନ୍ତ ହୋଇଥିଲେ ।  ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନଆସିବାକୁ ପରିବାର ଲୋକେ ଚେନ୍ନାଇକୁ ଚିକିତ୍ସା ପାଇଁ ନେଇଛନ୍ତି । ଇକମୋ ଚିକିତ୍ସା ପାଇଁ କୋଟିଏରୁ ଅଧିକ ଟଙ୍କା ଆବଶ୍ୟକ ହେଉଥିବାରୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ତାଙ୍କ ପତ୍ନୀ ।