• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୁନ୍ଦରଗଡ଼: NTPC ମେଡିକାଲ କଲେଜ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ । ବିଶେଷ କରି ସୁନ୍ଦରଗଡ ସହର ଓ ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ଏଠାରେ ଟିକାକରଣର ବ୍ୟବସ୍ଥା କରାଯାଇଥିଲା । ହେଲେ ଆଜି କିନ୍ତୁ ଦୂରଦୂରାନ୍ତରୁ ଲୋକେ ଟିକା ନେବା ପାଇଁ ଆସିଥିବା ଦେଖିବାକୁ ମିଳିଥିଲା । ଲୋକେ ଭୋରରୁ ଆସି ଟିକା ନେବା ପାଇଁ ଲମ୍ବା ଲାଇନ୍‌ରେ ଛିଡା ହେଇଛନ୍ତି ।

Sundergarh Vaccination CentreSundergarh NTPC Vaccination Centre

ନିଜ ନିଜ ଅଚଂଳରେ ଟିକା ଦିଆଯାଉଥିଲେ ମଧ୍ୟ ମେଡିକାଲ କଲେଜରେ ସହଜରେ ଟିକା ମିଳିଯିବା ଆଶା ନେଇ ଲୋକେ ଏଠାକୁ ଆସିଥିବା ଜଣାପଡ଼ିଛି । ରାଜଗାଙ୍ଗପୁର, କୁତ୍ରା, ହେମଗିରି ଅଚଂଳରେ ଟିକା ଦିଆଯାଉଥିଲେ ମଧ୍ୟ ଅନଲାଇନ୍ ସ୍ଲଟ୍ ନ ମିଳିବାରୁ ସୁନ୍ଦରଗଡକୁ ଲୋକେ ଟିକା ନେବା ପାଇଁ ଆସିଥିବା ଜଣାପଡିଛି । କେବଳ ସେତିକି ନୁହେଁ ଟିକା ନନେଲେ ରାସନ କାର୍ଡ କଟିଯିବା ସହ ପିଲାମାମନେ ପରୀକ୍ଷା ଦେଇ ପାରିବେ ନାହିଁ ବୋଲି ଗୁଜବ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ତେଣୁ ଟିକାକରଣ କେନ୍ଦ୍ରରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳୁଛି ।

Sundergarh Vaccination CentreSundergarh NTPC Vaccination Centre

ଅନ୍ୟପଟେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । କରୋନାର ତୃତୀୟ ଲହରକୁ ନିମନ୍ତ୍ରଣ କରୁଛି ଏହି ଟିକା କେନ୍ଦ୍ର । କାରଣ ଏଠାରେ ରହିଛି ଅସମ୍ଭାଳ ଭିଡ଼ । ଲୋକେ କରୋନାରୁ ବର୍ତ୍ତିବା ପାଇଁ ଟିକା କେନ୍ଦ୍ର ଆଗରେ ଜମା ହେଉଥିବା ବେଳେ ପ୍ରଶାସନର ଟିକା କେନ୍ଦ୍ର ଆଗରେ କୌଣସି ବ୍ୟବସ୍ଥା ନାହିଁ । ଫଳରେ ଜନସାଧାରଣ ହଇରାଣ ହେବା ସହ କରୋନାର ବାହକ ସାଜୁଛନ୍ତି l ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ କରୋନା ଟିକା ନେବାଲାଗି ଶତାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଲି ଥିଲା l

Sundergarh Vaccination CentreSundergarh NTPC Vaccination Centre

ଜମା ହୋଇଥିବା ଲୋକଙ୍କ ଲାଗି ପାନୀୟ ଜଳ, ବାରିକେଟ ଭଳି କୌଣସି ବ୍ୟବସ୍ଥା କରାଯାଇ ନାହିଁ l ଯାହା ଫଳରେ ଲୋକମାନେ ଟିକା ନେବାଲାଗି ଆସି ସାମାଜିକ ଦୂରତାକୁ ଭୁଲି ଠେଲା ପେଲା ହୋଇଥିଲେ । ଏଥିରେ ୩ ଜଣ ମହିଳା ଆହାତ ହୋଇଥିବା ଦେଖିବାକୁ ମିଳିଛି l