• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଭାରତକୁ ମିଳିଲା ପିଲାଙ୍କ କୋଭିଡ୍ ଟିକା

  • ୨ରୁ ୧୮ ବର୍ଷ ବୟସର ଶିଶୁ ଓ କିଶୋର ମାନଙ୍କୁ ଦିଆଯିବ କୋଭିଡ୍ ଟିକା

  • କୋଭାକ୍ସିନକୁ ଡିସିଜିଆଇ ଅନୁମତି ଦେଇଥିବା ସୂଚନା

ନୂଆଦିଲ୍ଲୀ : ଭାରତକୁ ମିଳିଲା ପିଲାଙ୍କ କୋଭିଡ୍ ଟିକା । ୨ରୁ ୧୮ ବର୍ଷ ବୟସର ଶିଶୁ ଓ କିଶୋର ମାନଙ୍କୁ ଦିଆଯିବ କୋଭିଡ୍ ଟିକା । ଏନେଇ କୋଭାକ୍ସିନକୁ ଡିସିଜିଆଇ ଅନୁମତି ଦେଇଥିବା ସୂଚନା ମିଳିଛି । ଭରତ ବାୟୋଟେକ ଏବଂ ଆଇସିଏମଆର ମିଳିତ ଭାବେ କୋଭାକ୍ସିନ ଟିକା ପ୍ରସ୍ତୁତ କରିଛନ୍ତି । କୋଭାକ୍ସିନ ହେଉଛି ଭାରତୀୟ କରୋନା ଟିକା । କରୋନା ଭାଇରସ୍ ବିରୋଧରେ କ୍ଲିନିକାଲ୍ ପରୀକ୍ଷଣରେ କୋଭାକ୍ସିନ୍ ପ୍ରାୟ ୭୮ ପ୍ରତିଶତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଥିଲା ।

ପିଲାଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଗାଇଡଲାଇନ୍ ଜାରିକରିବେ । ଆଉ ତା’ପରେ ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ । ପିଲାମାନେ ମଧ୍ୟ ବୟସ୍କଙ୍କ ପରି କୋଭାକ୍ସିନର ଦୁଇଟି ଡୋଜ୍ ନେବେ ବୋଲି କୁହାଯାଉଛି । ଏପର୍ଯ୍ୟନ୍ତ ହୋଇଥିବା ପରୀକ୍ଷଣରେ କୋଭାକ୍ସିନ୍ ଟିକା ପିଲାଙ୍କ ପାଇଁ କୌଣସି କ୍ଷତି ଘଟାଇଥିବା ସୂଚନା ନାହିଁ ।

ଶ୍ୱାସ ରୋଗରେ ପୀଡ଼ିତ ପିଲାଙ୍କୁ ପ୍ରଥମେ ଟିକା ଦିଆଯିବ ବୋଲି ସୂଚନା ମିଳିଛି । ସରକାରୀ ସ୍ଥାନରେ ଏହି ଟିକା ମାଗଣାରେ ପ୍ରଦାନ କରାଯିବ । ପିଲାମାନଙ୍କ ପାଇଁ କୋଭାକ୍ସିନ୍ ଟିକାକୁ ସ୍ୱୀକୃତି ମିଳିବା ଆଶ୍ୱସ୍ତିର ଖବର । କାରଣ କରୋନାର ସମ୍ଭାବ୍ୟ ତୃତୀୟ ଲହରୀରେ ପିଲାମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । କିନ୍ତୁ ପିଲାମାନେ ସଠିକ୍ ସମୟରେ କରୋନା ଟିକା ନେଲ ସଂକ୍ରମଣ କମିଯାଇପାରେ ବୋଲି ଆକଳନ କରାଯାଉଛି ।