• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଥମିନି ଦ୍ୱିତୀୟ ଲହର, ଟଳିନି ମହାମାରୀ ଡର ।

  • ପାଖେଇ ଆସୁଛି ପାର୍ବଣ, ଭିଡ଼ ନକରିବାକୁ ବାରଣ । 

  • ଆଗକୁ ଆସୁଛି ଗଣେଶ ପୂଜା, ଦଶହରା ଏବଂ ଦୀପାବଳି ଭଳି ପର୍ବ ।

ଭୁବନେଶ୍ୱର: ଥମିନି ଦ୍ୱିତୀୟ ଲହର, ଟଳିନି ମହାମାରୀ ଡର । ପାଖେଇ ଆସୁଛି ପାର୍ବଣ, ଭିଡ଼ କରିବାକୁ ବାରଣ ।  ଆଗକୁ ଆସୁଛି ଗଣେଶ ପୂଜା, ଦଶହରା ଏବଂ ଦୀପାବଳି ଭଳି ପର୍ବ । ତେଣୁ ପୂଜା ଋତୁରେ କରୋନାର ଦୃତ ସଂକ୍ରମଣ ରୋକିବାକୁ ଦେଶବାସୀଙ୍କୁ ଆଗୁଆ ସତର୍କ କରାଇଛି କେନ୍ଦ୍ର ସରକାର । ଆଇସିଏମ୍‌ଆର ନିର୍ଦ୍ଦେଶକ ଜେନେରାଲ ବଳରାମ ଭାର୍ଗବ କହିଛନ୍ତି-ପାର୍ବଣରେ ଭିଡ଼ ହେଲେ, ସଂକ୍ରମଣ ପୁଣି ବଢ଼ିବ । ଲୋକଙ୍କ ବଡ଼ ଧରଣର ଏକତ୍ରୀକରଣ ଆଦୌ ନହେବା ଉଚିତ୍ । ଯଦି ମେଳା କିମ୍ବା ଉତ୍ସବରେ ଯୋଗଦେବାକୁ ନିହାତି ଦରକାର ପଡେ, ସେଥିପାଇଁ କରୋନାର ଦୁଇଟି ଯାକ ଡୋଜ୍ ନିଶ୍ଚୟ ନେବା ଦରକାର ।

ଏଥିସହ ଆସନ୍ତା ଅକ୍ଟୋବର ପୂର୍ବରୁ ଯୁବ ବର୍ଗଙ୍କୁ ଅତିକମ୍‌ରେ ପ୍ରଥମ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି ଭାର୍ଗବ । କେରଳ, ମହାରାଷ୍ଟ, ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରେ ଏବେ ବି ୪୨ରୁ ଅଧିକ ଜିଲ୍ଲାରେ ଦୈନିକ ସଂକ୍ରମଣ ଶହେ ଉପରେ ରହୁଛି । ତେଣୁ ଆଗକୁ ପାର୍ବଣ ସମୟରେ ଏଥିପ୍ରତି ସଜାଗ ରହିବା ଜରୁରୀ । ତେବେ ପାର୍ବଣରେ ସାମିଲ ହେବାକୁ ଥିଲେ ଡବଲ ଡୋଜ୍ କରୋନା ଟିକା ନେବା ଜରୁରୀ ବୋଲି କେନ୍ଦ୍ରରୁ ଏ ସମ୍ପର୍କିତ କୌଣସି ପ୍ରକାର ନିର୍ଦ୍ଦେଶନାମା ରାଜ୍ୟକୁ ଆସିନଥିବା ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତାସହ କହିଛନ୍ତି-ଟିକାକରଣ ସହ ଏବେ ସେରୋ ସର୍ଭେ ଚାଲିଛି । ଅଦ୍ୟାବଧି ରାଜ୍ୟରେ କେତେ ଟୀକା ଦିଆଯାଇଛି, ତାର ଅନୁଧ୍ୟାନ କରି ସରକାର ଖୁବଶୀଘ୍ର ମେଳା ଗାଇଡଲାଇନ୍ ସ୍ଥିର କରିବେ ବୋଲି ଜଣାପଡ଼ିଛି ।

ସେପଟେ ଗତ କିଛି ଦିନ ଧରି ଦେଶରେ ସଂକ୍ରମଣ ଗ୍ରାଫ୍ ତଳମୁହାଁ ହେବା ପରେ, ଏବେ ପୁଣି ୫୦ ହଜାର ମୁହାଁ ହେଲାଣି । ଗତ ୨୪ ଘଣ୍ଟାରେ ୪୫ ହଜାର ୩୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୬୬ଜଣଙ୍କ ମୃତ୍ୟୁ ଘଟିଛି । ଯାହା ମଧ୍ୟରୁ କେବଳ କେରଳରୁ ନୂଆ ପଜିଟିଭ୍ ସଂଖ୍ୟା, ୩୨ ହଜାରରୁ ଅଧିକ ଥିବାବେଳେ ୧୮୮ ଆକ୍ରାନ୍ତଙ୍କ ପ୍ରାଣ ଯାଇଛି । ଏପଟେ ରାଜ୍ୟରେ ବି ଦୈନିକ ସଂକ୍ରମଣ ୪ ଦିନ ଧରି ୮ଶହ ତଳେ ରହିବା ପରେ ଆଜି ପୁଣି ୮୪୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ ପ୍ରାୟ ମାସେ ପାଖାପାଖି ଦୈନିକ ୬୦ ପାର୍ ମହାମାରୀ ମୃତ୍ୟୁରେ ୨ ଦିନ ତଳେ ହଠାତ୍ ଲାଗିଛି ବଡ଼ ବ୍ରେକ୍ । ସ୍ୱାସ୍ଥ୍ୟ ବିଭାଗର ସେପ୍ଟେମ୍ବର ୨ ତଥ୍ୟ ଅନୁସାରେ ୬ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ବେଳେ ଆଜିର ତଥ୍ୟରେ ୭ଜଣଙ୍କ ପ୍ରାଣ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କୋଭିଡ୍ ମୃତ୍ୟୁ ୮ହଜାର ୩୫ ଛୁଇଁଛି । ଏସମ୍ପର୍କରେ ପ୍ରତିକ୍ରିୟା ରଖି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ମହାମାରୀ ପିକରେ ଥିଲାବେଳେ ଅଡିଟ୍ ହୋଇପାରି ନଥିଲା । ତେଣୁ ସେଗୁଡିକର ଅଡିଟ୍ ସରିବା ପରେ ଯାହା ତଥ୍ୟ ଆସୁଛି ଦିଆଯାଉଛି ।

ଏଣେ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଶିଶୁଙ୍କ ସଂଖ୍ୟା ବଢୁଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମ୍ଇଟି କହିଛନ୍ତି । ଟିକାକରଣ ହୋଇନଥିବାରୁ ଶିଶୁ ମାନେ ଅଧିକ ସଂକ୍ରମିତ ହେବେ । ତୃତୀୟ ଲହର ଏବେବି ଆକଳନ ସ୍ତରରେ ରିହଛି । ତଥାପି ଆମକୁ ପ୍ରସ୍ତୁତ ରହିବାକୁ ପଡିବ ।