• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ସଂକ୍ରମିତ କଲାଣି କରୋନା

  • ମିଜୋରାମରେ ଶିଶୁ ସଂକ୍ରମଣ ସ୍ଥିତି ଭଲ ନାହିଁ

ନୂଆଦିଲ୍ଲୀ : ପିଲାଙ୍କୁ ଘାରିଲାଣି କରୋନା ଭୟ । ଭାରତରେ ସକ୍ରିୟ ସଂକ୍ରମିତଙ୍କ ମଧ୍ୟରେ ଧୀରେ ଧୀରେ ଶିଶୁଙ୍କ ସଂଖ୍ୟାରେ ବୃଦ୍ଧି ଘଟିଲାଣି । ନିକଟରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଉପସ୍ଥାପିତ ହୋଇଥିବା empowered group (EG-1) ର ତଥ୍ୟରୁ ଏହି ସୂଚନା ମିଳିଛି । EG-1 ଉପରେ ଦେଶର କୋଭିଡ ଜରୁରୀକାଳୀନ ରଣନୀତି ପ୍ରସ୍ତୁତ କରିବାର ଦାୟିତ୍ୱ ନ୍ୟସ୍ତ ରହିଛି । ତେବେ ଏହି ସୂଚନାକୁ 'ନାଟକୀୟ' କୁହାଯାଇପାରିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି । ହୁଏତ ବୟସ୍କଙ୍କ ଠାରେ ଭାଇରସର ସମ୍ବେଦନଶୀଳତା ହ୍ରାସ ହୋଇପାରେ ବୋଲି କୁହାଯାଉଛି । ଅନ୍ୟପଟେ ଏପରି ପରିସ୍ଥିତିରେ ମିଜୋରାମରେ ଶିଶୁ ସଂକ୍ରମଣ ସ୍ଥିତି ଭଲ ନାହିଁ । ସେହିପରି ରାଜଧାନୀ ଦିଲ୍ଲୀରେ ଶିଶୁ ସଂକ୍ରମଣ ମାମଲା ଆଶ୍ୱସ୍ତିକର ରହିଛି ।

ଜାରି ହୋଇଥିବା ଡାଟା ଅନୁସାରେ ମୋଟ ସକ୍ରିୟ ମାମଲାରେ ୧ ରୁ ୧୦ ବର୍ଷ ବୟସର ପିଲାଙ୍କ ସଂଖ୍ୟା ମାର୍ଚ୍ଚରେ ୨.୮୦ ଥିଲା, ଯାହା ଅଗଷ୍ଟରେ ୭.୦୪ କୁ ବୃଦ୍ଧି ପାଇଛି । ଏହାର ଅର୍ଥ ହେଉଛି ୧୦୦ ସକ୍ରିୟ ମାମଲାରେ ପ୍ରାୟ ୭ ପିଲା ଅଛନ୍ତି । NITI ଆୟୋଗ ସଦସ୍ୟ ଭି.କେ ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ EG-1 ବୈଠକରେ ଏହି ତଥ୍ୟ ଦିଆଯାଇଥିଲା । ବୈଠକରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସମେତ ଅନେକ ମନ୍ତ୍ରଣାଳୟର ଅଧିକାରୀ ଉପସ୍ଥିତ ଥିଲେ ।

ମାର୍ଚ୍ଚ ପୂର୍ବରୁ ନଅ ମାସରେ ଜୁନ୍ ୨୦୨୦ରୁ ଆରମ୍ଭ କରି ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ନଅ ମାସରେ ମୋଟ ସକ୍ରିୟ ମାମଲାର ଶିଶୁ ସଂକ୍ରମିତଙ୍କ ହାର ଥିଲା ୨.୭୨% -୩.୫୯ % ଥିଲା । ୧୮ ରାଜ୍ୟ ଏବଂ କ୍ରେନ୍ଦ୍ରଶାସିତ ଅଞ୍ଚଳର ଡାଟା ଅନୁସାରେ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ମିଜୋରାମରେ ଅଧିକ ଏବଂ ରାଜଧାନୀରେ ଏହା ସବୁଠାରୁ କମ୍ ।

ସେପଟେ ଦେଶରେ କରୋନାର ତୃତୀୟ ଲହରୀର ଆଶଙ୍କା ଖୁବ୍ କମ୍ ବୋଲି କହିଛନ୍ତି ଆଇସିଏମ୍‌ଆର୍‌ର ପୂର୍ବତନ ବୈଜ୍ଞାନିକ । ତୃତୀୟ ଲହରୀ ଆସିଲେ ମଧ୍ୟ ଦ୍ୱିତୀୟ ଲହରୀ ଅପେକ୍ଷା ଦୁର୍ବଳ ସାବ୍ୟସ୍ତ ହେବ ବୋଲି ଦାବି କରିଛନ୍ତି ବୈଜ୍ଞାନିକ ଡଃ ରମଣ ଗଙ୍ଗାଖେଡକର (Dr Raman Gangakhedkar) । ତୃତୀୟ ଲହରୀ ଦୁର୍ବଳ ହେବା ସମ୍ଭାବନା ଥିଲେ ସୁଦ୍ଧା ତୁରନ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେବା ଉଚିତ୍ ନୁହେଁ । ପିଲାମାନଙ୍କ ମଧ୍ୟରେ କୋଭିଡର ପ୍ରଭାବ ଦୀର୍ଘ ସମୟ ଧରି ଭୟଙ୍କର ହୋଇପାରେ ବୋଲି କିଛି ନୂତନ ଅଧ୍ୟୟନରେ କୁହାଯାଉଛି । ଏପରିସ୍ଥଳେ ପିଲାଙ୍କ ପାଇଁ ବିଶେଷ ଧ୍ୟାନ ଦେବା ଜରୁରୀ । ଏହାସହ ସ୍କୁଲ ଖୋଲିବା ପାଇଁ ଏକ ଭିନ୍ନ ଆଭିମୁଖ୍ୟ ରହିବା ଉଚିତ ବୋଲି ସେ କହିଛନ୍ତି ।