• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୨୪ ଘଣ୍ଟାରେ ୨ ହଜାର ୨୮୨ ସଂକ୍ରମିତ ଚିହ୍ନଟ

  • କ୍ୱାରେଣ୍ଟିନରୁ ୧୩୧୫; ଲୋକାଲ କେସ୍- ୯୬୭ ଚିହ୍ନଟ 

  • ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୯ ହଜାର ୭୫୨କୁ ବୃଦ୍ଧି ।

ଭୁବନେଶ୍ୱର : ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ । ଦ୍ୱିତୀୟ ଲହରୀରେ ସଂକ୍ରମଣ ଧୀରେ ଧୀରେ ଖସୁଛି । ଗତ ମାସ ୧୫ ତାରିଖ ପର ଠାରୁ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୩ ହଜାରକୁ ଖସି ଆସିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨୮୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୨୮୨ ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୩୧୫ ଜଣ ଜିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୯୬୭ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୯ ହଜାର ୭୫୨କୁ ବୃଦ୍ଧି । ପାଖାପାଖି ୯ ଦିନ ହେବ ୨ ହଜାର ଉପରେ ରହିଛି ସଂକ୍ରମଣ ।

ଆଜି ଅନୁଗୁଳରୁ ୬୧ ଜଣ, ବାଲେଶ୍ୱରରୁ ୧୪୬ ଜଣ, ବରଗଡ଼ରୁ ୧୭ଜଣ, ଭଦ୍ରକରୁ ୭୧ଜଣ, ବଲାଙ୍ଗୀରରୁ ୯ଜଣ, ବୌଦ୍ଧରୁ ୧୦ଜଣ, କଟକରୁ ୨୮୯ଜଣ, ଦେବଗଡ଼ରୁ ୬ଜଣ, ଢେଙ୍କାନାଳରୁ ୫୫ଜଣ, ଗଜପତିରୁ ୮ଜଣ, ଗଞ୍ଜାମରୁ ୧୭ଜଣ, ଜଗତସିଂହପୁରରୁ ୭୩ଜଣ, ଯାଜପୁରରୁ ୧୧୧ଜଣ, ଝାରସୁଗୁଡ଼ାରୁ ୧୧ଜଣ, କଳାହାଣ୍ଡିରୁ ୧୨ଜଣ, କନ୍ଧମାଳରୁ ୨୦ଜଣ, କେନ୍ଦ୍ରାପଡ଼ାରୁ ୬୨ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି କେନ୍ଦୁଝରରୁ ୫୧ଜଣ, ଖୋର୍ଦ୍ଧାରୁ ୫୯୨ଜଣ, କୋରାପୁଟରୁ ୪୦ଜଣ, ମାଲକାନଗିରିରୁ ୩୨ଜଣ, ମୟୁରଭଞ୍ଜରୁ ୧୪୧ଜଣ, ନବରଙ୍ଗପୁରରୁ ୧୨ଜଣ, ନୟାଗଡ଼ରୁ ୮୩ଜଣ, ନୂଆପଡ଼ାରୁ ୨ଜଣ, ପୁରୀରୁ ୧୨୭ଜଣ, ରାୟଗଡ଼ାରୁ ୧୫ଜଣ, ସମ୍ବଲପୁରରୁ ୧୮ଜଣ, ସୋନପୁରରୁ ୭ଜଣ, ସୁନ୍ଦରଗଡ଼ରୁ ୬୭ଜଣ, ଷ୍ଟେଟ ପୁଲ୍‌ରୁ ୧୧୭ଜଣ ରହିଛନ୍ତି ।

ସେହିପରି କରୋନାରେ ଆଉ ୬୫ ଜଣ ପ୍ରାଣ ହରାଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫୯୯କୁ ବୃଦ୍ଧି ପାଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ । ନୂଆ ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୩୯୭୫୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାକୁ ମାତ୍ ଦେଇ ୯୦୯୬୩୯ ଜଣ ସୁସ୍ଥ ହୋଇସାରିଥିବା ବେଳେ ରାଜ୍ୟରେ୨୫୪୬୧ ଅଛନ୍ତି ସକ୍ରିୟ ସଂକ୍ରମିତ । ଅନ୍ୟପଟେ ଏବେ ସୁଦ୍ଧା ରାଜ୍ୟରେ ମୋଟ୍ ୧୪୫୬୮୪୮୭ ନମୂନା ପରୀକ୍ଷଣ ହୋଇଛି ।