• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

News Highlights

  • କ୍ୱାରେଣ୍ଟିନରୁ ୬୦୫; ଲୋକାଲ କେସ୍- ୪୩୬ ଚିହ୍ନଟ।

  • ଟେଷ୍ଟ ପଜିଟିଭିଟି ରେଟ୍ ୨ ପ୍ରତିଶତ ତଳେ।  

  • ଖୋର୍ଦ୍ଧାରୁ ସର୍ବାଧିକ ପଜିଟିଭ ଚିହ୍ନଟ। 

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୧୦୪୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୬୦୫; ଲୋକାଲ କେସ୍- ୪୩୬ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୯୯୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୧୪୭୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ତେବେ ୫୬,୮୫୯ ଟେଷ୍ଟିଂ କରାଯାଇଥିବା ବେଳେ ଟେଷ୍ଟ ପଜିଟିଭିଟି ରେଟ୍ ୨ ପ୍ରତିଶତ ତଳେ ଅର୍ଥାତ୍ ୧.୮୩% ରହିଛି। ସେହିପରି ରାଜ୍ୟରେ ଆଉ ୬୪ ଜଣଙ୍କ ମୃତ୍ୟୁ ହୋଇଛି। 

କେଉଁ ଜିଲ୍ଲାରୁ କେତେ:-

ଅନୁଗୁଳ- ୫୭, ବାଲେଶ୍ୱର- ୨୩, ବରଗଡ଼- ୩, ଭଦ୍ରକ- ୧୫, ବଲାଙ୍ଗିର- ୧, ବୌଦ୍ଧ-୧, କଟକ- ୧୩୨, ଦେବଗଡ଼- ୭, ବୌଦ୍ଧ-୧, କଟକ- ୧୩୨, ଦେବଗଡ଼- ୭, ଢେଙ୍କାନାଳ- ୧୦, ଗଜପତି- ୩, ଗଂଜାମ- ୧୧, ଜଗତସିଂହପୁର- ୮୧, ଯାଜପୁର- ୩୬ ଜଣ ଚିହ୍ନଟ ହୋଇଛନ୍ତି। 

ସେହିପରି କଳାହାଣ୍ଡିରୁ ୫, କନ୍ଧମାଳ- ୫, କେନ୍ଦ୍ରାପଡ଼ା- ୨୮, କେନ୍ଦୁଝର- ୧୭, ଖୋର୍ଦ୍ଧା- ୩୮୩, କୋରାପୁଟ- ୫, ମାଲକାନଗିରିି- ୩, ମୟୂରଭଞ୍ଜ- ୨୮, ନବରଂଗପୁର- ୨, ନୟାଗଡ଼- ୨୮, ନୂଆପଡ଼ା- ୨, ପୁରୀ- ୩୪, ରାୟଗଡ଼ା- ୨୬, ସମ୍ବଲପୁର- ୯, ସୁନ୍ଦରଗଡ଼- ୫, ଷ୍ଟେଟପୁଲ- ୮୧ ପଜିଟିଭ ଚିହ୍ନ ହୋଇଛନ୍ତି।