• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ଧନୀ ଓ ବୈଦ୍ୟୁତିକ କାର କମ୍ପାନୀ ଟେସଲା ଇନସ୍‌ (Tesla Inc.) ର ସିଇଓ ଏଲନ୍ ମସ୍କ (Elon Musk)ଙ୍କ ସମ୍ପତ୍ତି ତ୍ରୀବ ବେଗରେ ବଢ଼ିବାର ଲାଗିଛି । ଶୁକ୍ରବାର ଦିନ କ୍ରମାଗତ ପଞ୍ଚମ ଦିନ ପାଇଁ ଟେସଲାର ସେୟାର ବୃଦ୍ଧି ପାଇଛି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁସାରେ ଏଲନ୍ ମସ୍କର ମୋଟ ସମ୍ପତ୍ତି ମୂଲ୍ୟ ୬.୦୬ ଆରବ ଡ଼ଲାର ବୃଦ୍ଧି ପାଇ ୨୩୬ ଆରବ ଡ଼ଲାରରେ ପହଞ୍ଚିଛି । ଚଳିତ ବର୍ଷ ତାଙ୍କର ମୋଟ୍ ସମ୍ପତ୍ତି ମୂଲ୍ୟରେ ୬୬.୫ ଆରବ ଡ଼ଲାରରେ ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ସେ ଆମାଜନର ଜେଫ୍ ବେଜୋସଙ୍କୁ ବହୁ ପଛରେ ପକାଇ ଦେଇଛନ୍ତି ।

ତେବେ ଏହି ତାଲିକାରେ ଆମାଜନ୍ ସିଇଓ ଜେଫ୍ ବେଜୋସ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଜେଫ୍ ବେଜୋସଙ୍କ ସମ୍ପତ୍ତି ୫.୬୩ ବିଲିୟନ ଡ଼ଲାରରୁ ୧୯୭ ଆରବ ଡ଼ଲାରକୁ ବୃଦ୍ଧି ପାଇଛି । ଅନ୍ୟପଟେ ବର୍ତ୍ତମାନ ସମୟରେ ଭାରତ ଏବଂ ଏସିଆର ସବୁଠୁ ବଡ ଧନୀ ମୁକେଶ ଅମ୍ବାନୀ ଶ୍ରେଷ୍ଠ ୧୦ ରେ ସ୍ଥାନ ଅଧିକାର କରିପାରି ନାହାନ୍ତି । ନିକଟରେ ସେ ୱାରେନ୍ ବଫେଟ୍‌ଙ୍କ ପଛରେ ପକାଇ ଶ୍ରେଷ୍ଠ ୧୦ ଧନୀ ତାଲିକାରେ ପ୍ରବେଶ କରିଥିଲେ ।

ଶୁକ୍ରବାର ଦିନ ଟେସଲା ସେୟାର ୮ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । Jefferiesର ଆନାଲିଷ୍ଟ Philippe Houchois ଟେସଲାର ମୂଲ୍ୟ ଲକ୍ଷ୍ୟ ଏବଂ ରୋଜଗାରର ପୂର୍ବାନୁମାନ ସମ୍ପର୍କରେ ବଡ଼ ବୟାନ୍ ଦେଇଛନ୍ତି । ଚୀନ୍‌ର ବୈଦ୍ୟୁତିକ ଯାନକୁ ନେଇ ହେଉଥିବା ବିକଳ୍ପ ଚିନ୍ତା ଶେଷ ହେବାକୁ ଯାଉଛି ବୋଲି ସେ କହିଛନ୍ତି । ଶୁକ୍ରବାର ଦିନ ଟେସଲା ସେୟାରରେ ୩ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି । ଏହାସହ ଚଳିତ ସପ୍ତାହରେ ମୋଟ ୭.୩ ପ୍ରତିଶତ ବୃଦ୍ଧି ହାସଲ କରିଛି କମ୍ପାନୀ । କ୍ରମାଗତ ଅଷ୍ଟମ ସପ୍ତାହ ପାଇଁ  ଟେସଲାର ସେୟାର ବୃଦ୍ଧି ପାଇଛି । ଏହାପୂର୍ବରୁ ଫେବୃଆରୀ ୨୦୨୦ରେ ଟେସଲା ଅଂଶଧନ କ୍ରମାଗତ ୧୨ ସପ୍ତାହ ପାଇଁ କ୍ରମାଗତ ଭାବେ ବୃଦ୍ଧି ପାଉଥିଲା ।

ତେବେ ଏହାରି ମଧ୍ୟରେ ଭାରତ ଏବଂ ଏସିଆର ସବୁଠୁ ବଡ ଧନୀ ମୁକେଶ ଅମ୍ବାନୀ ଦୁନିଆର ଶ୍ରେଷ୍ଠ ୧୦ ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରୁ ବାଦ ପଡିଛନ୍ତି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଆମେରିକାର ଭେଟେରାନ ନିବେଶକ ୱାରେନ ବଫେ ତାଙ୍କୁ ପୁଣି ପଛରେ ପକାଇ ଦେଇନ୍ତି । ୧୦୨ ଆରବ ଡ଼ଲାରର ସମ୍ପତ୍ତି ସହିତ ଏହି ତାଲିକାରେ ଅମ୍ବାନୀ ୧୧ ନମ୍ବରରେ ଅଛନ୍ତି । ଚଳିତ ବର୍ଷ ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟରେ ୨୫.୨ ଆରବ ଡ଼ଲାରରେ ବୃଦ୍ଧି ପାଇଛି । କ ୱାରେନ ବଫେ ପୁଣି ଥରେ ୧୦୩ ଆରବ ଡଲାରର ସହ ଶୀର୍ଷ ୧୦ ଧନୀ ତାଲିକାରେ ସ୍ଥାନ ପାଇଛନ୍ତି ।