• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଚଳିତ ମାସରେ Samsung ଭାରତରେ ଏହାର ନୂଆ ବଜେଟ୍‌ର ସ୍ମାର୍ଟଫୋନ୍‌ Samsung Galaxy A03s ଲଞ୍ଚ୍‌ କରିଛି। ଯାହାର ଦାମ୍‌ ୧୫ ହଜାର ଟଙ୍କାରୁ କମ୍‌ ରହିଛି। ସବୁଠାରୁ ଖାସ୍‌ କଥା, ଏହି ଫୋନ୍‌ କିଣିବାକୁ ଚାହୁଁଥିବା ଗ୍ରାହକଙ୍କୁ କମ୍ପାନୀ ପକ୍ଷରୁ ଡିସ୍‌କାଉଣ୍ଟ ମଧ୍ୟ ଦିଆଯାଉଛି। ସାମସଙ୍ଗ୍‌ର Galaxy A03s(4GB RAM)ର ଦାମ୍‌ ୧୨,୪୯୯ ଟଙ୍କା ଥିବାବେଳେ Galaxy A03s(3GB RAM)ର ଦାମ୍‌ ୧୧,୪୯୯ ଟଙ୍କା ରହିଛି। 

ସାମସଙ୍ଗ୍‌ର ଅଫିସିଆଲ୍‌ ୱେବ୍‌ସାଇଟ୍‌ରୁ ମିଳିଥିବା ସୂଚନା ଅନୁସାରେ, ଆପଣ ଯଦି ଏହି ଫୋନ୍‌ କିଣନ୍ତି ତା’ହେଲେ ICICI ବ୍ୟାଙ୍କ୍‌ କାର୍ଡରେ ଆପଣଙ୍କୁ ୧୦୦୦ ଟଙ୍କାର ଇନ୍‌ଷ୍ଟାଣ୍ଟ୍‌ କ୍ୟାଶ୍‌ବ୍ୟାକ୍‌ ମିଳିବ। ଏହି ଫୋନ୍‌ର ୩ଟି କର୍ଲର-ବ୍ଲାକ୍‌, ବ୍ଲ୍ୟୁ ଓ ହ୍ୱାଇଟ୍‌ ଆପଣ ପାଇପାରିବେ। 

ଜାଣନ୍ତୁ, କ’ଣ ରହିଛି Samsung Galaxy A03s ଫିଚର୍ସ....

  • ୬.୫ ଇଞ୍ଚ୍‌ର HD+ ୱାଟରଡ୍ରପ୍‌ ନଚ୍‌ ସ୍କ୍ରିନ୍‌
  •  ଏଥିରେ Mediatek Helio P35 ଚିପ୍‌ ରହିଛି। ଏହାସହ 3GB/32GB ଷ୍ଟୋରେଜ୍‌, 4GB/64GB ଷ୍ଟୋରେଜ୍‌ ଭାରିଏଣ୍ଟ୍‌ ରହିଛି। ଆପଣ ଚାହିଁଲେ ଏହି ଷ୍ଟୋରେଜ୍‌କୁ ମାଇକ୍ରୋଏସ୍‌ଡି କାର୍ଡ ସାହାଯ୍ୟରେ 1 TB ପର୍ଯ୍ୟନ୍ତ ମଧ୍ୟ ବଢ଼ାଇ ପାରିବେ।   
  • ଯଦି ଆମେ କ୍ୟାମେରା କଥା କହିବା, ତା’ହେଲେ Galaxy A03s ଫୋନ୍‌ରେ ୩ଟି ରିୟର କ୍ୟାମେରା ରହିଛି। ଏଥିରେ ୧୩ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା, ୨ ମେଗାପିକ୍ସେଲର ଡେପଥ୍‌ ସେନ୍‌ସର୍‌ ଓ ୨ ମେଗାପିକ୍ସେଲର ମାକ୍ରୋ ଲେନ୍ସ ରହିଛି। ସେଲ୍‌ଫି ପାଇଁ ଫୋନ୍ର ଫ୍ରଣ୍ଟରେ ୫ ମେଗାପିକ୍ସେଲର କ୍ୟାମେରା ରହିଛି। ଏହାସହ ଲାଇଭ୍‌ ଫୋକସ୍‌ ଫିଚର, ଫିଲଟର୍‌ ଓ ଅନେକ କ୍ୟାମେରା ମୋଡସ୍‌ ରହିଛି।
  • 5,000mAh ବ୍ୟାଟେରୀ ରହିଛି।
Samsung Galaxy A03sSamsung Galaxy A03s