• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ବର୍ଦ୍ଧିତ ତୈଳ ଦର ଉପରେ ନିୟନ୍ତ୍ରଣ ଆଣିବା ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସ । ଉପଭୋକ୍ତାଙ୍କ ହିତକୁ ଧ୍ୟାନରେ ରଖି ସରକାରଙ୍କ ପକ୍ଷରୁ ପାମ୍, ସୋୟାବିନ୍, ସୂର୍ଯ୍ୟମୁଖି ଅଶୋଧିତ ତେଲ ଉପରେ କୃଷି ସେସ୍ ଏବଂ କଷ୍ଟମ ଡ୍ୟୁଟି ବା ଆମଦାନୀ ଶୁଳ୍କ ହଟାଇ ଦିଆଯାଇଛି । ଏହା ସହ ପ୍ରୋସେସିଂ ଅଏଲ ଉପରେ ଆମଦାନୀ ଶୁଳ୍କ ସାମାନ୍ୟ ହ୍ରାସ ହୋଇଛି ।

ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ପାର୍ବଣ ଋତୁରେ ତେଲର ମୂଲ୍ୟ ହ୍ରାସ ପାଇବା ସହ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ଏହି ତିନି ଖାଇବା ତେଲ ଉପରେ ବର୍ତ୍ତମାନ ୧୭ ଦଶମିକ ୫ ପ୍ରତିଶତ ହିସାବରେ ମୂଳ ଆମଦାନୀ ଶୁଳ୍କ ଲାଗୁ ହେବ । ପୂର୍ବରୁ ଏହା ୩୨ ଦଶମିକ ୫ ପ୍ରତିଶତ ରହିଥିଲା । ଆଜିଠାରୁ ଏହି ନୂଆ ନିୟମ ଲାଗୁ ହେବାକୁ ଥିବା ବେଳେ ଆସନ୍ତା ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ । ସେଣ୍ଟ୍ରାଲ ବୋର୍ଡ ଅଫ୍ ଇଣ୍ଡାଇରେ ଟାକ୍ସେସ ଏଣ୍ଡ କଷ୍ଟ୍ୟୁମ୍ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଆଶା କରାଯାଉଛି ଯେ, ବର୍ତ୍ତମାନ ଖାଇବା ତେଲ ଲିଟର ପିଛା ୧୫ ଟଙ୍କା ହ୍ରାସ ପାଇବାର ସମ୍ଭାବନା ରହିଛି । 

ସେହିପରି ଅଶୋଧିତ ପାମ୍ ତେଲ ଉପରେ ବର୍ତ୍ତମାନ ୭.୫ ପ୍ରତିଶତ କୃଷି ଭିତ୍ତିଭୂମି ବିକାଶ ସେସ ଲାଗିବ । ସେହିପରି ଅଶୋଧିତ ସୋୟାବିନ୍ ତେଲ ଏବଂ ଅଶୋଧିତ ସୂର୍ଯ୍ୟମୁଖୀ ତେଲ ପରେ ୫ ପ୍ରତିଶତ ଲାଗିବ ବିକାଶ ସେସ । ଏହା ପୂର୍ବରୁ ବିକାଶ ସେସ ୨୦ ପ୍ରତିଶତ ଥିଲା ।