• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଚିନ୍ତାରେ କାରିଗର

  • କୌଳିକ ବୃତ୍ତି ଛାଡି ଅନ୍ୟ ବ୍ୟବସାୟ ଆଡେ ମୁହଁ ବୁଳାଇଲେଣି

ବିନିକା (ଦିଲ୍ଲୀପ କୁମାର ସାହୁ) : ଯୁଗ ବଦଳିବା ସହ ସମୟ ମଧ୍ୟ ବଦଳିଯାଇଛି । ପୂର୍ବର ପ୍ରତ୍ୟେକଙ୍କ ଘରେ ବାଉଁଶ ସାମଗ୍ରୀର କିଛି ନା କିଛି ଜିନିଷ ଦେଖିବାକୁ ମିଳୁଥିଲା । କିନ୍ତୁ ବର୍ତ୍ତମାନ ଏହା ଲୋକଙ୍କ ଘରେ ଦେଖିବାକୁ ମିଳୁନାହିଁ । ଯାହା ଫଳରେ ବାଉଁଶ କାରିଗର ନିଜର କୌଳିକ ବୃତ୍ତିକୁ ଛାଡି ଅନ୍ୟ ବ୍ୟବସାୟ ଆଡେ ମୁହଁ ବୁଳାଇଲେଣି । ପ୍ଲାଷ୍ଟିକ ଯୁଗରେ ଦେଖିବାକୁ ମିଳୁନି ବାଉଁଶ ତିଆରି ସରଞ୍ଜାମ । ସଙ୍କଟରେ ବାଉଁଶ କାରିଗରୀ । କରୋନା ପାଇଁ ୨ବର୍ଷ ହେଲା ଲୋକ ଉତ୍ସବ,ବାଳିଯାତ୍ରା,ପଲ୍ଲିଶ୍ରୀ ମେଳା,ଧନୁଯାତ୍ରା ସବୁକିଛି ବନ୍ଦ ହେବାରୁ ବାଉଁଶରେ ତିଆରି ବିଭିନ୍ନ ସରଞ୍ଜାମ ବିକ୍ରି ହୋଇନପାରି ଘରେ ପଡିରହିଛି । ସେପଟେ ପ୍ରଶାସନର ଅସହଯୋଗ ଯୋଗୁଁ କାରିଗରଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି ସାଜୁଛି । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିଜ କୌଳିକ ବୃତ୍ତିକୁ ଛାଡି ପାରୁନାହାନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା କୁହିବାହାଲ ଗାଁର ବାଉଁଶ କାରିଗର ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କୁହିବାହାଲ ଗାଁରେ ରହୁଛନ୍ତି ୨୦ଟି ପରିବାରର ବାଉଁଶ କାରିଗର । ବାଉଁଶରେ ତିଆରି ବିଭିନ୍ନ ପ୍ରକାରର ସାମଗ୍ରୀ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି । ହେଲେ ଦିର୍ଘ ୨ ବର୍ଷ ହେଲା କରୋନା ମହାମାରୀ ପାଇଁ ସୁବର୍ଣ୍ଣପୁର ଲୋକ ମହୋତ୍ସବ ଠାରୁ ଆରମ୍ଭକରି ବାଳିଯାତ୍ରା, ପଲ୍ଲିଶ୍ରୀ ମେଳା, ଧନୁଯାତ୍ରା ଆଦି ବିଭିନ୍ନ ପ୍ରକାରର ଯାନିଯାତ୍ରା ସବୁକିଛି ବନ୍ଦ ରହିଛି । ଫଳରେ ଏବେ ଏଇ କାରିଗର ମାନେ ତିଆରି କରିଥିବା ସାମଗ୍ରୀ ବିକ୍ରି କରି ନପାରି ଘରେ ଗଦା କରି ରଖିଛନ୍ତି । ବର୍ତ୍ତମାନ ସ୍ଥିତିରେ ପରିବାର କେମିତି ଚଳାଇବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି ।

ସେପଟେ ସରକାର ବାଉଁଶ କାରିଗରଙ୍କୁ କୁଟୀର ଶିଲ୍ପର ମାନ୍ୟତା ଦେଇଛନ୍ତି । କାରିଗରଙ୍କୁ ଉପଯୁକ୍ତ ତାଲିମ ଯୋଗାଇ ଦେଇଥିବା କୁହାଯାଉଛି । ତଥାପି କାରିଗରଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉନଥିବା ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନର ଅବହେଲା ଯୋଗୁଁ ସରକାରୀ ସୁବିଧାରୁ ବଂଚିତ ହେଉଛନ୍ତି ଏଇ ବାଉଁଶ କାରିଗର ।

ଆଗକୁ ବାଉଁଶ କାରିଗରଙ୍କୁ ସରକାରୀ ପ୍ରୋତ୍ସାହନ ମିଲିଲେ ଏହି ବୃତ୍ତି ସବୁଦିନ ପାଇଁ ବୁଡିଯିବ, ଏଥିରେ ତିଳେ ମଧ୍ୟ ସନ୍ଦେହ ନାହି । ଏ ବିଷୟରେ ବିନିକା ବିଡିଓଙ୍କୁ ପଚାରିବାରୁ ବାଉଁଶ କାରିଗରଙ୍କ ଦୁର୍ଦ୍ଦଶା କଥାକୁ ସ୍ୱୀକାର କରିବା ସହ କିପରି ଏଇ କାରିଗର ମାନଙ୍କୁ ସହଯୋଗ କରାଯାଇ ପାରିବ ସେନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।