ମକା ଶରୀର ପାଇଁ କେତେ ଉପକାରୀ ? ଜାଣନ୍ତି କି ?

ମକା ଖାଇବାକୁ ଛୋଟ ଠାରୁ ବଡ଼ ସମସ୍ତେ ପସନ୍ଦ କରିଥାନ୍ତି। ବର୍ଷା ଦିନେ ଏହାକୁ ଖାଇବାର ମଜା ଟିକେ ନିଆରା ଲାଗିଥାଏ। ମକା ପୋଡ଼ା ହେଉ ବା  ସିଝା ଉଭୟ ପାଟିକୁ ଖୁବ୍‌ ସ୍ୱାଦିଷ୍ଟ ଲାଗିଥାଏ। ପାଟିକୁ ସ୍ୱାଦିଷ୍ଟ ଲାଗୁଥିବା ମକା ଯେ କେବଳ ଖାଇବାକୁ ଭଲ ଲାଗେ ତାହା ନୁହେଁ, ଏହା ଶରୀର ପାଇଁ ମଧ୍ୟ  ଖୁବ୍ ଉପକାରୀ । ଆସନ୍ତୁ ଜାଣିବା ମକା ଖାଇଲେ କଣ କଣ ଉପକାର ମିଳିଥାଏ।

୧- ମକାରେ ପ୍ରଚୁର ମାତ୍ରାରେ ଆଣ୍ଟି  ଅକ୍ସିଡେଣ୍ଟ ଥିବାରୁ ତ୍ୱଚାକୁ କୋମଳ ଓ ଅଧିକ ସମୟ ଯାଏଁ ଉଜ୍ଜଳ ରଖିଥାଏ।

୨- ଗର୍ଭବତୀ ମହିଳାଙ୍କ ପାଇଁ ମକା ଏକ ଉତ୍ତମ ଖାଦ୍ୟ। ଏଥିରେ ଫୋଲିକ୍‌ ଏସିଡ୍ ଭରପୂର ମାତ୍ରାରେ ଥିବାରୁ  ଗର୍ଭସ୍ଥ ଶିଶୁକୁ ପୋଷଣ ଯୋଗାଇଥାଏ।

୩- ମକାରେ ଭିଟାମିନ୍‌, ମିନେରାଲ୍ସ, ଜରୁରୀ ଆଣ୍ଟି ଅକ୍ସିଡାଣ୍ଟସ୍‌  ମିଳିଥାଏ। ଯାହା ଭୟଙ୍କର ରୋଗରରୁ ରକ୍ଷା ଦେଇଥାଏ।

୪- ଅଲ୍‌ସର ହେବାରୁ ରକ୍ଷାକରେ।

୫- ଏନିମିଆରୁ ରକ୍ଷା କରେ।

୬-ସ୍ମରଣଶକ୍ତି ବଢାଏ।

୭-ଦାନ୍ତ ମଜଭୁତ୍‌ କରିଥାଏ।

୮- ହୃଦ୍‌ରୋଗରୁ ରକ୍ଷାକରେ।

୯- କ୍ୟାନସର୍‌ ଆଶଙ୍କା ଦୂର କରେ।

୧୦- ମକା ମଞ୍ଜିରେ ଭିଟାମିନ୍‌ ‘ଏ’ ରହିଥାଏ। ଯାହ ଆମ ଚର୍ମ ଉପରେ ଭଲ ପ୍ରଭାବ ପକାଇଥାଏ।

୧୧ – ମକା ଓଜନ୍‌ କମ୍‌ କରିବାର ସହାୟକ ହୋଇଥାଏ।

୧୨ – ହାଡ ମଜବୁତ୍‌ କରିଥାଏ।

Comments
Loading...