ଆସନ୍ତା ଜୁଲାଇ ୨୨ରେ ସ୍ପେଶାଲ୍ OJEE ପରୀକ୍ଷା

ଭୁବନେଶ୍ୱର : ଖାଲି ପଡ଼ିଥିବା ସିଟ୍ ପୂରଣ ପାଇଁ ହେବ ସ୍ପେଶାଲ OJEE।  ଆସନ୍ତା ଜୁଲାଇ ୨୨ରେ ହେବ ସ୍ପେଶାଲ୍ OJEE। ଏଥିପାଇଁ ଜୁନ୍ ୨୫ରୁ ଜୁଲାଇ ୧୩ ମଧ୍ୟରେ ଆବେଦନ କରିବେ ଛାତ୍ରଛାତ୍ରୀ । ଜୁଲାଇ ୨୨ରେ ପରୀକ୍ଷା ହେବ ଏବଂ ୨୫ରେ ପ୍ରକାଶ ପାଇବ ରେଜଲ୍ଟ।

ଗତ ମେ ୧୩ ତାରିଖରେ ରାଜ୍ୟର ୨୦ଟି ସହରରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ହୋଇଥିଲା।  ଆଉ ୨୫ ତାରିଖରେ ରେଜଲ୍ଟ ବାହାରିଥିଲା। ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ  ପାଇଁ ଆଜିଠାରୁ କାଉନସେଲିଂ ଆରମ୍ଭ ହୋଇଛି। କାଉନସେଲିଂ ସରିବା ପରେ ବଳକା ସିଟ୍ ଗୁଡିକ ଲାଗି ସ୍ପେଶାଲ ଓଜେଇଇ ହେବ ବୋଲି ସୂଚନା ମିଳିଛି।

Comments
Loading...