ଏମ୍‌ସରେ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍‌ସ (ଏମ୍‌ସ)ରେ ୧୫୦ ଆସିଷ୍ଟାଣ୍ଟ ପ୍ରଫେସର ଓ ଅଧ୍ୟାପକ ପଦବି ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ଏହାର ଅଫିସିଆଲ୍‌ ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ।

  • ପଦବି: ଆସିଷ୍ଟାଣ୍ଟ ପ୍ରଫେସର ଓ ଅଧ୍ୟାପକ (ନର୍ସିଂ)
  • ପଦବି ସଂଖ୍ୟା: ୧୫୦
  • ଯୋଗ୍ୟତା ଓ ବୟସ ସୀମା: କୌଣସି ମାନ୍ୟତାପ୍ରାପ୍ତ କଲେଜ୍‌ରୁ ଏ ସମ୍ପର୍କିତ ପାଠ୍ୟ ବିଷୟରେ ପୋଷ୍ଟ ଗ୍ରାଜୁଏସନ ଓ ପଢ଼ାଇବାର ଅଭିଜ୍ଞତା ଆବଶ୍ୟକ। ବୟସ ସୀମା ସର୍ବାଧିକ ୫୦ ବର୍ଷ । ଏସ୍‌ସି/ଏସ୍‌ଟିଙ୍କ ପାଇଁ କୌଣସି ବୟସ ସୀମା ନାହିଁ।
  • ଚୟନ ପ୍ରକ୍ରିୟା: ସାକ୍ଷାତକାର ଆଧାରରେ
  • ଦରମା: ଆସିଷ୍ଟାଣ୍ଟ ପ୍ରଫେସର -୧ ଲକ୍ଷ ୧ ହଜାର ୫୦୦ ଟଙ୍କାରୁ ୧ ଲକ୍ଷ ୬୭ ହଜାର ୪୦୦ ଟଙ୍କା
    ଅଧ୍ୟାପକ (ନର୍ସିଂ) – ୬୭ ହଜାର ୭୦୦ ଟଙ୍କାରୁ ୨ ଲକ୍ଷ ୮ ହଜାର ୭୦୦ ଟଙ୍କା
  • ଆବେଦନ ଫି: ଓବିସି ଓ ସାଧାରଣ ବର୍ଗଙ୍କ ପାଇଁ ୫୦୦ ଟଙ୍କା , ଏସ୍‌ସି କିମ୍ବା ଏସ୍‌ଟିଙ୍କ ପାଇଁ ୧୦୦ ଟଙ୍କା
  • ଆବେଦନର ଶେଷ ତାରିଖ: ୯ ଜୁଲାଇ ୨୦୧୮

ୱେବ୍‌ସାଇଟ୍‌ www.aiims.edu ଯାଇ ଆବେଦନ କରିପାରିବେ। ଆବଶ୍ୟକ କାଗଜପତ୍ର ସହ ନିମ୍ନ ଠିକଣାରେ ଆବେଦନ କରିପାରିବେ।
ଠିକଣା ହେଲା:  The Administrative Officer, Administrative Block, First Floor, All India Institute of Medical Sciences, Ansari Nagar, New Delhi-110029

Comments
Loading...